କମ୍ବିଂ ଅପରେସନ ଭୟ ; ୮୬ ମାଓବାଦୀଙ୍କ ଆତ୍ମସମର୍ପଣ

କମ୍ବିଂ ଅପରେସନ ଭୟ ; ୮୬ ମାଓବାଦୀଙ୍କ ଆତ୍ମସମର୍ପଣ

ହାଇଦ୍ରାବାଦ : ଘନ ଘନ ମାଓ ଅପରେସନ୍‌ ଏବଂ ସରକାରଙ୍କ ଭୟରେ ଆତ୍ମ ସମର୍ପଣ କରି ଚାଲିଛନ୍ତି ମାଓବାଦୀ । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓ ମୂଳପୋଛ କରିବାକୁ ନିଷ୍ପତ୍ତି ନେଇଥିବା କେନ୍ଦ୍ର ସରକାରଙ୍କ ଭୟ ମଧ୍ୟ ଆତ୍ମସମର୍ପଣର ଆଉ ଏକ କାରଣ ସାଜିଛି । ଏହି କ୍ରମରେ ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତ ଜଙ୍ଗଲରେ ସକ୍ରୀୟ ଥିବା ୮୬ ମାଓବାଦୀ ଆଜି ତେଲେଙ୍ଗାନା ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨୦ ଜଣ ହାର୍ଡକୋର୍‌ ମହିଳା ମାଓବାଦୀ ମଧ୍ୟ ଅନ୍ତର୍ଭୁକ୍ତ । ଆଜି ତେଲେଙ୍ଗାନାର ଭଦ୍ରାଦ୍ରି-କୋଠାଗୁଡେ଼ମ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ଆଇ ଚନ୍ଦ୍ରଶେଖର ରେଡ୍ଡିଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ଆଇଜିଙ୍କ ସୂଚନା ମୁତାବକ ଗତମାସରେ ଏହି ଜିଲ୍ଲାରେ ୬୪ଜଣ ସର୍ବାଧିକ ମାଓବାଦୀ ଆତ୍ମ ସମର୍ପଣ କରିଥିବା ବେଳେ ଆଜି ଏତେସଂଖ୍ୟକ ମାଓବାଦୀଙ୍କ ଆତ୍ମ ସମର୍ପଣ ଦ୍ୱିତୀୟ ଘଟଣା । ତେବେ ଏହି ୮୬ ମାଓବାଦୀଙ୍କ ମଧ୍ୟରୁ ୮୨ଜଣ  ଭଦ୍ରାଦ୍ରି-କୋଠାଗୁଡେ଼ମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ଜଣ ମୁଲୁଗୁ ଜିଲ୍ଲାର । ଏମାନଙ୍କ ମଧ୍ୟରେ ୪ଜଣ ଆଞ୍ଚଳିକ କମିଟି ସଦସ୍ୟ, ୪ଜଣ ପାର୍ଟି ସଦସ୍ୟ, ଜଣେ ମିଲିସିଆ କମାଣ୍ଡର, ୨୭ ମିଲିସିଆ ସଦସ୍ୟ, ୮ କମିଟି ମେମ୍ବର୍‌, ୨୦ ଡିଏକେଏମ୍‌ଏସ୍‌ ସଦସ୍ୟ, ୧୩ ସିଏନ୍‌ଏମ୍‌ ସଦସ୍ୟ ଦ୍ଭ ୭ ପୃଷ୍ଠାରେ...ଏବଂ ୯ଜଣ ଜିଆର୍‌ଡି (ଗ୍ରାମ୍ୟ ରକ୍ଷକ ଦଳ) ସଦସ୍ୟ । ଏହି ୮୬ ଜଣଙ୍କ ମଧ୍ୟରୁ ଅଧିକାଂଶ ମାଓବାଦୀ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସକ୍ରୀୟ ଥିଲେ ବୋଲି ଆଇଜି ସୂଚନା ଦେଇଛନ୍ତି । ଏହାବାଦ ଆଇଜି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଆହୁରି ୯୫ଜଣ ମାଓବାଦୀ ଏ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ସକ୍ରୀୟ ଅଛନ୍ତି । ତେବେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଆବଶ୍ୟକ ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।