ଆଜି ସିବିଏସ୍‌ଇ ଦଶମ, ଦ୍ୱାଦଶ ରେଜଲ୍ଟ!

ଭୁବନେଶ୍ୱର : ମଙ୍ଗଳବାର ପ୍ରକାଶ ପାଇପାରେ ସିବିଏସ୍‌ଇ ରେଜଲ୍ଟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ମଙ୍ଗଳବାର ଘୋଷଣା ହେବା ଖବର ପ୍ରଚାରିତ ହେବା ପରେ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଛାତ୍ରୀଛାତ୍ର ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। ଏଥିସହ digilocker.gov.inରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ।