ୱାର୍ଲ୍ଡ ୟୁନିଭରସିଟି କାଂସ୍ୟ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ
ଭୁବନେଶ୍ୱର : ଜର୍ମାନୀରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ଼ ୟୁନିଭରସିଟି ଗେମ୍ସ-୨୦୨୫ରେ କାଂସ୍ୟ ପଦକ ଜିତିଥିବା ପୁରୁଷ ୪ ୧୦୦ ରିଲେ ଟିମ୍ର ସଦସ୍ୟ ଥିବା କ୍ରୀଡ଼ାବିତ୍ ଅନିମେଶ କୁଜୁର, ଲାଲୁପ୍ରସାଦ ଭୋଇ ଏବଂ ଡିଏମ୍ ଜୟରାମଙ୍କୁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ୱାର୍ଲଡ଼ ୟୁନିଭରସିଟି ଗେମ୍ସରେ ଓଡ଼ିଶାର କ୍ରୀଡ଼ାବିତ୍ ମାନଙ୍କର ଚମକôାର ପ୍ରଦର୍ଶନ ଆଗାମୀ ଭବିଷ୍ୟତର କ୍ରୀଡ଼ାବିତ୍ ମାନଙ୍କୁ ପ୍ରୋସôାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିଦେ୍ର୍ଦଶକ ଡ଼. ୟେଦୁଲା ବିଜୟ, ହକି ପ୍ରମୋସନ କାଉନସିଲ, ଓଡିଶାର ସିଇଓ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।