ଡାହାଣୀ ସନ୍ଦେହ, ମାଆକୁ ମାରିଲା ପୁଅ
ମୟୂରଭଞ୍ଜ : ଡାଆଣୀ ସନ୍ଦେହରେ ମାଆକୁ ମାରିଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କଲରାଫୁଲିଆ ଗାଁରେ । ମୃତକ ମହିଳା ହେଲେ ରାଇମଣି ସିଂ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ତପନ ସିଂଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଗତ କିଛି ମାସ ପୂର୍ବରୁ ତପନଙ୍କ ସ୍ତ୍ରୀ ଘର ଛାଡ଼ି ପଳାଇ ଯାଇଥିଲେ । ପୁଣି କିଛି ଦିନ ପୂର୍ବରୁ ତପନଙ୍କ ପୁଅ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଯୋଗୁଁ ତପନ ମାନସିକ ଚାପରେ ରହୁଥିଲେ । ତେବେ ଏ ପ୍ରକାର ଅଘଟଣ ପାଇଁ ସେ ତାର ମାଆକୁ ସନ୍ଦେହ କରି ହତ୍ୟା କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ତଦନ୍ତ ପରେ ସତ ଜଣାପଡ଼ିବ ବୋଲି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ କହିଛନ୍ତି ।