ବାଇକ ଓ ପିକଅପ୍ ମୁହାଁମୁହିଁ ଧକ୍କା, ବାଇକ ଆରେହୀ ମୃତ
ପିକଅପ ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏପରି ଅଘଟଣ ଘଟିଛି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ ଉପରେ । ଏକ ପିକଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଶକ୍ତି ବାଇକ ଯୋଗେ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ୍ ପଟୁ ଟାଟା ଷ୍ଟିଲ ପ୍ଲାଣ୍ଟକୁ ଡିଉଟି କରିବା ପାଇଁ ଯାଉଥିବା ବେଳେ ବଅଁରପାଳ ଆଡୁ ଆସୁଥିବା ଏକ କାଠ ବୋଝେଇ ପିକଅପ ଗାଡି ଓଡି-୦୮-ୟୁ-୯୮୭୯ ଦ୍ରୁତ ଗତିରେ ଆସି ବାଇକକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ସେ ଛିଟିକି ପଡିଥିଲେ । ସଙ୍ଗେ ସଙ୍ଗେ ଯୁବକମାନେ ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।