ଘରେ କଳହ ହେଉଥିଲେ ମାନନ୍ତୁ ଏହିସବୁ

ଘରେ କଳହ ହେଉଥିଲେ ମାନନ୍ତୁ ଏହିସବୁ

ବେଳେବେଳେ କିଛି କାରଣ ନଥାଇ ବି ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ ଓ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଘରୁ ସୁଖଶାନ୍ତି କୁଆଡ଼େ ହଜିଯାଏ । ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ସନେ୍ଦହ କରାଯାଏ । ଏଥିରୁ କେମିତି ମୁକ୍ତି ପାଇବେ ଜାଣନ୍ତୁ ? 
 ଘରର ଉତ୍ତର ଦିଗରେ ତୁଳସୀ କିମ୍ବା ଅଁଳା ଗଛ ଲଗାଇବା ଦ୍ୱାରା ଘରର ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ବିଶ୍ୱାସ ରହିଛି । କୁହାଯାଏ, ପ୍ରତି ଗୁରୁବାର ଦିନ ତୁଳସୀ ଚଉରାରେ କିଛି କ୍ଷୀର ଢାଳିଲେ ଘରେ ଅଯଥାରେ କଳହ ଲାଗେ ନାହିଁ । ଏହି ଉପାୟ ଦ୍ୱାରା ସୁଖଶାନ୍ତି ବି ବୃଦ୍ଧି ପାଇବ । 
ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜିମାଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଊର୍ଜା ଉତ୍ପନ ହୋଇ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ ।  ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜଳାଇଲେ ମଧ୍ୟ ଘରେ ଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି । ଘରର ଡ୍ରଇଁ ରୁମ୍ରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗିର ଫଟୋ ଲଗାଇବା ବି ଘର ପାଇଁ ଶୁଭ ହୋଇଥାଏ । ଯେଉଁ ଫର୍ଣ୍ଣିଚର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହି ଫର୍ଣ୍ଣିଚର୍କୁ ଘରେ ପକାଇବା ଶୁଭ ହୋଇଥାଏ । ଘରେ ଲାଗିଥିବା ପାଣି ଟ୍ୟାପ୍ରୁ ଯେମିତି ପାଣି ଲିକ୍ କରୁନଥିବ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ କଲେ ଘରେ ସର୍ବଦା ଶାନ୍ତି ବଜାୟ ରହିଥାଏ ।