କୁଆଡେ ଗଲେ ମହେଶ ?
ଭୁବନେଶ୍ୱର: ନିକଟରେ ଅହମଦାବାଦରେ ହୋିଥିବା ବିମାନ ଦୁର୍ଘଟରାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଭୟଙ୍କର କ୍ରାଶ ବେଳେ ଘଟଣା ସ୍ଥଳରୁ ମାତ୍ର ୭୦୦ ମିଟର ଦୂରରେ ଥିବା ଜଣେ ଫିଲ୍ମ ମେକର ମହେଶ ଜରିୱାଲଙ୍କ କୋøଣସି ସୂଚନା ମିଳୁନଥିବା ଜଣାପଡ଼ିଛି । ଏହାକୁ ନେଇ ତାଙ୍କ ପରିବାର ଲୋକ ଆଶାଆଶଙ୍କାରେ ଥିବା ବେଳେ ଫିଲ୍ମ ନିର୍ମାତାଙ୍କୁ ଠାବ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ପରିବାର ପକ୍ଷରୁ ସ୍ଥାନୀୟ ହସ୍ପିଟାଲରେ ଡିଏନଏ ନମୁନା ମଧ୍ୟ ଦାଖଲ କରାଯାଇଛି । ଲଣ୍ଡନ ଯାଉଥିବା ବିମାନଟି ମେଘାନିନଗରେ ଥିବା ମେଡିକାଲ କଲେଜ କ୍ୟାମ୍ପସରେ ପିଟି ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା । ଏଥିରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ଓ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଆଉ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ମହେଶ ଜିରାୱାଲା ରହିଥିବା ଆଶଙ୍କା କରାଯାଉଛି । କିନ୍ତୁ ଏନେଇ ପ୍ରଶାସନ କିଛି ବି ସ୍ପଷ୍ଟ କରିନି । ମହେଶ ଗୁଜରାଟ ଭାଷାରେ ପ୍ରସ୍ତୁତ ହେଉଥିବା ସଂଗୀତ ଆଲବମ ଓ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା । ସେ ଘଟଣା ଦିନ ଜଣଙ୍କୁ ଭେଟିବା ପାଇଁ ଲ’ ଗାର୍ଡେନ ଅଂଚଳକୁ ଯାଇଥିଲେ ବୋଲି ତାଙ୍କ ପତ୍ନୀ ହେତଲ ସୂଚନା ଦେଇଛନ୍ତି । ସେ କହିଛନ୍ତି, “ମୋ ସ୍ୱାମୀ ଗୁରୁବାର ଦିନ ୧.୧୪ରେ ଫୋନ କରି ମିଟିଂ ଶେଷ ହୋଇଥିବା କଥା କହିବା ସହ ଘରକୁ ଫେରୁଥିବା ଜଣାଇଥିଲେ । କିନ୍ତୁ ସେ ଘରକୁ ନ ଫେରିବାରୁ ମୁଁ ତାଙ୍କୁ ଫୋନ କରିଥିଲି । ତାଙ୍କ ମୋବାଇଲ ସୁଇଚ ଅଫ କହିଥିଲା । ଆମେ ପୁଲିସ୍କୁ ଏ ସମ୍ପର୍କରେ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ପୁଲିସ୍ ତଦନ୍ତରୁ ଜଣାପଡିଥିଲା ଯେ ତାଙ୍କ ମୋବାଇଲର ଶେଷ ଲୋକେସନ ବିମାନ କ୍ରାଶ ଠାରୁ ୭୦୦ ମିଟର ଦୂରରେ ରହିଥିଲା । ବିମାନ ଦୁର୍ଘଟଣାରେ ମୃତକମାନଙ୍କ ଶରୀର ପୂରା ପୋଡି ଯାଇଛି । ତେଣୁ ଏହାକୁ ଚିହ୍ନଟ କରିବା ବେଶ କଷ୍ଟକର ହେଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିଚୟ ଜାଣିବା ପାଇଁ ସମ୍ପର୍କୀୟଙ୍କୁ ଡିଏନଏ ନମୁନା ଦାଖଲ କରିବାକୁ ଅନୁରୋଧ କରାଯାଇଛି । ଡିଏନଏ ନମୁନାର ପରୀକ୍ଷା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି ।