ପତ୍ନୀହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ପୋଲିସ ପତ୍ନୀହତ୍ୟା ଅଭିଯୋଗରେ ସ୍ୱାମୀକୁ ଗିରଫ କରି କୋର୍ଟଚାଲାଣ କରିଛି । ଏନେଇ ୪୩/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ  । ସୂଚନାଯୋଗ୍ୟ, ଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଟିକିରା ଗ୍ରାମର ପ୍ରଦୀପ ବାଗ(୩୯) ପାରିବାରିକ କଳହ ଯୋଗୁଁ ସ୍ତ୍ରୀ କଳିଙ୍ଗା ବାଗ(୩୫)ଙ୍କୁ ଗୋଇଠା, ପଥର ଓ ଟାଙ୍ଗିଆ ବେଣ୍ଟରେ ଆକ୍ରମଣ କରିଥିଲା । ପରେ ତାଙ୍କୁୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସାଳୟକୁ ନେଇଥିଲା ।  ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୋଗ ପରେ ପୋଲିସ ମୃତଦେହକୁ ଜବତ କରିଥିଲା । ଜବତ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ମାମଲାର ତଦନ୍ତ କରି ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।