୨ ଜୁଆଡ଼ି ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ଗତ ବିଳମ୍ବିତ ରାତିରେ ଜୁଆଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଚଢ଼ଉ କରିଛି । ଚଢଉ ବେଳେ୨ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ଟଙ୍କା ଓ ବାଇକ ଜବତ କରିଛି । ଅନ୍ୟ ଜୁଆଡିମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ଜୁଆଡିମାନେ ହେଲେ କୋଟିନଡା ଥାନା ବାବନପୁର ଗ୍ରାମର ଜିତେନ୍ଦ୍ର ନାଇକ (୨୮) ଓ ପାଟପୁର ଥାନା ଖଲିଙ୍ଗି ଗ୍ରାମର ଅରୁଣ ରାଉତ (୪୮) । ଘଟଣା ସ୍ଥଳରୁ ପୁଲିସ ୯ ହଜାର ୬ ଶହ ୩୦ ଟଙ୍କା ସମେତ ୨ଟି ମୋବାଇଲ ଫୋନ୍ ଓ ୪ଟି ମୋଟର ସାଇକେଲକୁ ଜବତ କରିଛି । ଆଗାମୀ ଦିନରେ ଜୁଆ ଆଡ୍ଡା ଉପରେ ଚଢାଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ପ୍ରକାଶ କରିଛନ୍ତି ।