ଟ୍ରାକ୍ଟର ଜବତ, ଦୁଇ ଗିରଫ
ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ମୈଦଲପୁର ବନାଞ୍ଚଳ ସାନବାର୍ଲି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଙ୍ଗଲ ସଫା କରି ଜମି ତିଆରି କରୁଥିବା ସମୟରେ କୁର୍ଲୁ ଟ୍ରାକ୍ଟର ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ମୈଦଲପୁର ବନବିଭାଗ । ସୂଚନା ପ୍ରକାରେ ସାନବାରଲୀ ସରଂକ୍ଷିତ କେନ୍ଦୁଗୁଡା ଓ ଗୁଣ୍ଡରୁଗୁଡା ଜଙ୍ଗଲ ମଧ୍ୟରେ ଝରିଗାଁ ବ୍ଲକ ସାଗଯୋବା ଗ୍ରାମର ବନ ଯାନୀ ଓ ମିଳୁ ଯାନୀ ଏକ ଟ୍ରାକ୍ଟର ଯୋଗେ ପ୍ରାୟ ଏକ ହେକ୍ଟର ଜଙ୍ଗଲ ସଫା କରି ଜମି ତିଆରି କରୁଥିଲେ । ବିଶେଷ ସୂତ୍ରରୁ ମୈଦଲପୁର ବନ ବିଭାଗ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ କରି କାର୍ଯ୍ୟ କରୁଥିବା ଟ୍ରାକରକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ୪୧ ଫର୍ମରେ ଦୁଇ ଜଣଙ୍କୁ ବେଲରେ ଛଡା ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଡାଉ ସମୟରେ ମଇଦଲ ପୁର ଫୋରେଷ୍ଟର ମଧୁସୂଦନ ପାତ୍ର, ଫୋରେଷ୍ଟଗାର୍ଡ ବସନ୍ତ କୁମାର ନାୟକ, ପରେଶ ବିଶୋଇ, ମଧୁସ୍ମିତା ତ୍ରିପାଠୀ, ସରସ୍ୱତୀ ମେହେର, ବୈଦନାଥ ମାଝି, ଭୁଜ ଅଗ୍ରିଆ, ଗଜେନ୍ଦ୍ର ଯାନୀ, ଜୟନ୍ତ ମାଝି ପ୍ରମୁଖ ସାମିଲଥିଲେ ।