ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉସବ: ଗଣମାଧ୍ୟମ ଦମନକୁ ବରଦାସ୍ତ କରାଯିବ ନାହିଁ : ଆଇନ ମନ୍ତ୍ରୀ
ଭୁବନେଶ୍ୱର: ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା ଦିଗରେ ରାଜ୍ୟ ସରକାର ଯନôବାନ ଅଛନ୍ତି । ଆଗକୁ ସାମ୍ବାଦିକମାନଙ୍କର ସମ୍ମାନ ଓ ସ୍ୱାଧୀନତା ବଢିବ, ହେଲେ କମିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି । ଉକôଳ ସାମ୍ବାଦିକ ସଂଘ ଅନୁବନ୍ଧିତ ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉସôବ ଓ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, ଅତୀତରେ କଣ ଘଟିଛିକି ନ ଘଟିଛି ତାହା ଅଲଗା କଥା; ସାମ୍ବାଦିକମାନେ ତୃତୀୟ ମହଲା କିମ୍ବା ବିଧାନସଭା ଲବି ଭିତରକୁ ଯାଇପାରିଲେକି ନଯାଇପାରିଲେ ତାହା ପ୍ରସଙ୍ଗ ନୁହେଁ, କିନ୍ତୁ ସାମ୍ବାଦିକମାନଙ୍କ ସ୍ୱାଧୀନତା ଏବଂ ନିରପେକ୍ଷତା ଉପରେ ଯଦି କେବେବି ଆଞ୍ଚ ଆସେ ମନ୍ତ୍ରିମଣ୍ଡଳରେ ଥାଇ ମଧ୍ୟ ମୁଁ ସାମ୍ବାଦିକମାନଙ୍କ ସହିତ ରହିବି । ଆମ ସରକାର କ୍ଷମତାକୁ ଆସିବା ପରେ ସଚିବାଳୟକୁ ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ମିଳିଛି ।
ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷା ଦିଗରେ ସରକାରୀ ସ୍ତରରେ ଆଲୋଚନା ଜାରି ରହିଛି । ମନ୍ତ୍ରୀ କହିଛନ୍ତି ଯେ, ଆଜି ବ୍ୟବସାୟିକ ମନୋବୃତ୍ତି ଯୋଗୁଁ ସାମ୍ବାଦିକ ଓ ସାମ୍ବାଦିକତା ନିଜର ସ୍ୱାଧୀନତା ହରାଇ ବସିଛି । ନିଜର ରାଜନୈତିକ ଉଦେ୍ଦଶ୍ୟ ଲାଗି କେତେକ ମାଲିକ ନିଜର ଖବରକାଗଜ ବା ଟିଭି ଚାନେଲକୁ ବ୍ୟବହାର କରୁଛନ୍ତି । ଫଳରେ ସେହି ମିଡିଆ ହାଉସରେ କାମ କରୁଥିବା ସାମ୍ବାଦିକ ଚାପର ବଶବର୍ତ୍ତୀ ହୋଇ ନିଜର ସ୍ୱାଧୀନତା ହରାଉଛି । ନିରପେକ୍ଷ ଖବର ବଦଳରେ ସେ ପକ୍ଷପାତିତା କରୁଛି । ତେଣୁ ସାମ୍ବାଦିକମାନେ ଏକଜୁଟ ହୋଇ ନିଜର ସ୍ୱାଧିନତା ହାସଲ କଲେ, ନିରପେକ୍ଷ ଖବର ପ୍ରକାଶ ପାଇପାରିବ । ନିରପେକ୍ଷ ଖବର ପ୍ରକାଶ ପାଇଲେ ସରକାର ଓ ସମାଜ ପାଇଁ ମଙ୍ଗଳମୟ ହେବ । କେତେକ କ୍ଷେତ୍ରରେ ସମାଲୋଚନାମୂଳକ ଖବର ପ୍ରକାଶ କଲେ, ସେ ସାମ୍ବାଦିକ ଆକ୍ରୋଶର ଶିକାର ହେଉଛି । ଯାହା ଆଦୌ ଗ୍ରହଣୀୟ ନୁହେଁ । ଏହି କ୍ଷେତ୍ରରେ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ଲାଗି ସରକାର ଏକ ଆଇନ ଆଣିବାକୁ ବିଚାରବିମର୍ଶ କରୁଛନ୍ତି ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇ ପ୍ରେସ ସ୍ୱାଧୀନତା ଓ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ । ଏଥିସହିତ ସେ ସାମ୍ବାଦିକଙ୍କ ମୁଖପାତ୍ର ସାଜି ସାମ୍ବାଦିକଙ୍କ ସୁବିଧା ଅସୁବିଧା ସରକାରଙ୍କୁ ଜଣାଇବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ତଥା ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ତେଲେଙ୍ଗାନାର ବରିଷ୍ଠ ସାମ୍ବାଦିକ ସେକ ଇସଲାମୁଦ୍ଦିନ ଓ ଉକôଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉକôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।