ରାଜଭବନ ହେଲା ‘ଲୋକଭବନ’

ରାଜଭବନ ହେଲା ‘ଲୋକଭବନ’

ଲୋକକୈନ୍ଦ୍ରିକ ପ୍ରଶାସନ ଦିଗରେ ଐତିହାସିକ ପଦକ୍ଷେପ : ରାଜ୍ୟପାଳ

ଭୁବନେଶ୍ୱର : ଏଣିକି ରାଜ୍ୟପାଳ ରହୁଥିବା ରାଜ ଭବନ ‘ଲୋକ ଭବନ’ ନାମରେ ପରିଚିତ ହେବ । ଏକ୍ସ ଯୋଗେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, ଓଡ଼ିଶା ପାଇଁ ଏହା ଏକ ମାଇଲଷ୍ଟୋନ୍‌ ହେବ । ଲୋକଭବନ ଲୋକମାନଙ୍କ ଆଶାର ପ୍ରତିଫଳନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦିଗଦର୍ଶନରେ ଏହି ପରିବର୍ତ୍ତନ ସ୍ୱଚ୍ଛତା, ଉପଲବ୍ଧତା ଓ ଜନସମ୍ପର୍କକୁ ଆହୁରି ମଜବୁତ୍‌ କରିବ । ଲୋକ ଭବନ ଏବେ ଲୋକଙ୍କ ସହ ଆଲୋଚନା କରିବାର ଏକ ସ୍ଥଳୀ ହେବା ସହ ଅନ୍ତର୍ଭୁକ୍ତିଯୁକ୍ତ ପ୍ରଗତିରେ ଭାଗିଦାର ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି । ସୂଚନାଯୋଗ୍ୟଯେ, ପୂର୍ବରୁ ରାଜ୍ୟ ସଚିବାଳୟ ଲୋକସେବା ଭବନ ନାମରେ ନାମିତ ହୋଇସାରିଛି । ଏବେ ରାଜଭବନର ନାମ ବି ବଦଳିଯାଇଛି ।