ଭାରତୀୟ ସେନାକୁ ମିଳିଳା ଏଆଇ ଆଧାରିତ ଅଟୋମେଟିକ୍ ରାଇଫଲ୍ ସିଷ୍ଟମ୍

 ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେଲା । ଭାରତୀୟ ସେନାକୁ ମିଳିଳା ଏଆଇ ଆଧାରିତ ଅଟୋମେଟିକ୍ ରାଇଫଲ୍ ସିଷ୍ଟମ୍ । ଭାରତୀୟ ପ୍ରତିରକ୍ଷା ଷ୍ଟାର୍ଟଅପ୍ କମ୍ପାନି ଗ୍ରିଡ୍‌ବସ୍ ଟେକ୍ନୋଲୋଜି ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି ଅତ୍ୟାଧୁନିକ ରାଇଫଲ୍‌ ସିଷ୍ଟମ୍ କଟନା । ଉଭୟ ଗ୍ରିଡ୍‌ବସ ଟେକ୍ନୋଲୋଜି ଓ ଭାରତୀୟ ସେନା ମିଳିତ ଭାବେ ଏହି ଅତ୍ୟାଧୁନିକ ରାଇଫଲ ସିଷ୍ଟମ୍‌ର ସଫଳ ପରୀକ୍ଷଣ କରିଛନ୍ତି । ଭାରତ-ଚୀନ ସୀମା ଗଲୱାନ ଘାଟିରେ କଟନା- ରାଇଫଲ ସିଷ୍ଟମର ପରୀକ୍ଷଣ କରାଯାଇଛି ।

ଆତ୍ମନିର୍ଭର ଭାରତ ଛବିକୁ ଦର୍ଶାଉଛି ଏହି କଟନା - ରାଇଫଲ ସିଷ୍ଟମ । ଏଆଇ ଦ୍ୱାରା ପରିଚାଳିତ ଏହି ଅତ୍ୟାଧୁନିକ ଅସ୍ତ୍ର ପ୍ରସ୍ତୁତ ପାଇଁ ଭାରତକୁ କୌଣସି ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିନାହିଁ । ଏହାକୁ ପାକିସ୍ତାନ୍, ଚୀନ୍ ସୀମାରେ ମୁତୟନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଅତ୍ୟାଧୁନିକ ରାଇଫଲ ସିଷ୍ଟମ୍ ସମସ୍ତ ପ୍ରକାର ପ୍ରତିକୂଳ ପାଗରେ କାମ କରିବାର ଦକ୍ଷତା ବହନ କରୁଛି । ପ୍ରବଳ ତୁଷାର ପାତ ହେଉ, ଭୟଙ୍କର ବର୍ଷା। ସବୁକ୍ଷେତ୍ରରେ ଶତ୍ରୁକୁ ମାତ୍‌ ଦେବ କଟନା-ରାଇଫଲ ସିଷ୍ଟମ । ଏହି ଶକ୍ତିଶାଳୀ ଅସ୍ତ୍ର ଆଗାମୀ ଦିନରେ ଭାରତୀୟ ସେନାକୁ ଯେକୌଣସି, ଯୁଦ୍ଧ ପରିସ୍ଥିତିରେ ମୁକାବିଲା କରିବାକୁ ସାହାଯ୍ୟ କରିବ ।