ସେକ୍ସ ସ୍କାଣ୍ଟରେ ଫସିଥିବା ରେଭାନ୍ନାଙ୍କ ମା' ଭବାନୀ ଙ୍କୁ ମିଳିଲା ଜାମିନ

କର୍ଣ୍ଣାଟକର ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଟରେ ଫସିଥିବା ଜେଡିଏନ୍‌ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା' ଭବାନୀ ରେଭାନ୍ନାଙ୍କୁ ମିଳିଲା ଜାମିନ। କର୍ଣ୍ଣାଟକ ହାଇକୋର୍ଟ ତାଙ୍କୁ ଅପହରଣ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ମୈସୁର ଏବଂ ହସନ ଜିଲ୍ଲା ଗସ୍ତ ନକରିବା ସର୍ତ୍ତ ଆଧାରରେ ତାଙ୍କୁ ଏହି ଜାମିନ ମିଳିଛି। 

ଭବାନୀ ରେଭାନ୍ନା ହେଉଛନ୍ତି ଏଚ୍‌ଡି ରେଭାନ୍ନାଙ୍କ ପତ୍ନୀ ଓ ହସନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା'। ଯେଉଁ ମହିଳାଙ୍କୁ ପ୍ରଜ୍ଜ୍ୱଳ ରେଭାନ୍ନା ଯୌନ ଉତ୍ପୀଡନ କରିଥିଲେ ସେହି ମହିଳାଙ୍କୁ ଭବାନୀ ଅପହରଣ କରିଥିବା ଅଭିଯୋଗ ରହିଛି। ପୁଲିସରେ ଏଫ୍‌ଆଇଆର୍‌ ଦେବାରେ ଅଟକାଇବା ପାଇଁ ଉକ୍ତ ମହିଳାଙ୍କୁ ସେ ଅପରଣ କରିଥିବା ଦାବି କରାଯାଉଛି। ଏହା ପୂର୍ବରୁ ଭବାନୀ ଏହି ଅପହରଣ ମାମଲାର ମାଷ୍ଟରମାଇଣ୍ଡ ଅଟନ୍ତି ବୋଲି ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରବି ଭର୍ମା କୁମାର କହିଥିଲେ।