ବାଲି ଚାଲାଣ: ହାଇୱା ଜବତ

 କୋଣାର୍କ : ବୁଧବାର ସକାଳ ସମୟରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ରାମଚଣ୍ଡୀ ଥାନା ଅଧିନସ୍ଥ ଗୋପ - ବାଲିଘାଇ ରାସ୍ତାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ହାଇୱା ଟିପର ଗାଡି ନଂ- ଓଡି୦୫ ବିଆର ୧୩୭୯ ଗାଡିକୁ ରାମଚଣ୍ଡୀ ଥାନା ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଖବରରୁ ପ୍ରକାଶ ଯେ ବିଭିନ୍ନ ସମୟରେ କୋଣାର୍କ - ପୁରୀ ମେରାଇନ ଡ୍ରାଇଭ ରାସ୍ତାର ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ପୁଲିସ ଓ ତହସିଲ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା ବେଳେ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରଶାସନିକ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ଦଶ କରୁଥିଲା । ମାତ୍ର ବୁଧବାର ସକାଳ ସମୟରେ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଖବର କୌଣସି ସୂତ୍ରରୁ ରାମଚଣ୍ଡୀ ଥାନାର ହସ୍ତଗତ ହୋଇଥିଲା । ରାମଚଣ୍ଡୀ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିଦେ୍ର୍ଦଶ କ୍ରମେ ଏକ ଟିମ ଗୋପ - ବାଲିଘାଇ ରାସ୍ତାରେ ଚଢାଉ କରି ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଏକ ହାଇୱା ଟିପ୍ପର ଗାଡି ନଂ - ଓଡି୦୫ବିଆର୧୩୭୯କୁ ଜବତ କରିବା ସହିତ ନିଆଳି ଥାନା ମାଧବ ଗ୍ରାମର ଗାଡିର ଡ୍ରାଇଭର ମୀର ମମତାଜ ଅଲ୍ଲୀ (୪୧) ବର୍ଷ ଙ୍କୁ ରାମଚଣ୍ଡୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।