ଦେଶ ଛାଡ଼ି ପଳାଇଲେ ଶେଖ ହସିନା
bangaladesh violence

କୋଲକାତା : ବାଂଲାଦେଶରେ ଏବେ ସ୍ଥିତି ଅଣାୟତ୍ତ ହୋଇଯାଇଛି । ଦେଶବ୍ୟାପୀ ଭୟଙ୍କର ହିଂସା ବ୍ୟାପିଛି । ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟିହୋଇଛି । ରାଜରାସ୍ତାରେ ମାରପିଟ, ହଣାକଟା ଆରମ୍ଭ ହୋଇଯାଇଛି । ଅପରପକ୍ଷରେ ଦେଶରେ ହିଂସା ବ୍ୟାପିଥିବାରୁ କର୍ଫ୍ୟୁ ଜାରି କରାଯାଇଛି । ଇଂଟରନେଟ ଅଚଳ କରି ଦିଆଯାଇଛି । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଟେକା ପଥର ମାଡ଼ ହେବା ସହ ବ୍ୟାପକ ଭଙ୍ଗାରୁଜା କରାଯାଇଛି ।