କେଜ୍ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ
ଆଦିଲ୍ଲୀ : ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ଙ୍କ ଶେଷରେ ଜାମିନ ମିଳିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସେ ଜାମିନ ମିଳିବା ସତ୍ତ୍ୱେ ଜେଲରେ ରହିବେ କାରଣ ଇଡି ମାମଲାରେ ଏହି ରିଲିଫ ଦିଆଯାଇଛି। ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଏକ ଦୁର୍ନୀତି ମାମଲାରେ ଏଏପି ଜାତୀୟ ସଂଯୋଜକ କେଜ୍ରିଓ୍ବାଲ୍ଙ୍କୁ ଜୁନ ୨୬ରେ ସିବିଆଇ ଗିରଫ କରିଥିଲା।
ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଛନ୍ତି।