ପଦରୁ ଇସ୍ତଫା ଦେଲେବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ପଦରୁ ଇସ୍ତଫା ଦେଲେବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

 ଇସ୍ତଫା ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । 15 ବର୍ଷ ସତ୍ତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଏପରିକି ଶେଖ୍ ହସିନା ମଧ୍ୟ ଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି।

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ଚାଲିଥିବା ବ୍ୟାପକ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଗତ ମାସ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ 200ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ପରେ କିଛି ଦିନ ଆନ୍ଦୋଳନରେ ବିରାମ ଲାଗିଥିଲା। ଗତକାଲି ପୁଣି କିଛି ଛାତ୍ର ସଂଗଠନ ଏବଂ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ଲୋକ ଆହତ ହୋଇଛନ୍ତି। ଏହାକୁ ନେଇ ଦେଶରେ କର୍ଫ୍ୟୁ ଜାରି କରାଯାଇ ଥିବାବେଳେ ତିନି ଦିନିଆ ଛୁଟି ଘୋଷଣା କରାଯାଇଥିଲା। ତଥାପି ପୁଣି ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ହଜାର ହାଜର ଆନ୍ଦୋଳନକାରୀ ଧସେଇ ପଶିଥିଲେ।

ଏହା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେଇଛନ୍ତି।