ବିଜେଡିରୁ ଇସ୍ତଫା ଦେଇ ବାଏ ବାଏ କଲେ ଆଠମଲ୍ଲିକ ବିଧାୟକ

ଭୁବନେଶ୍ୱର:ବିଜେଡିରୁ ଇସ୍ତଫା cଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ଶ୍ରୀ ସାଏ ତାଙ୍କ ଇସ୍ତଫାପତ୍ରରେ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଆପଣଙ୍କ ସହିତ ମିଶି କାମ କରିବା ଏକ ସମ୍ମାନର କଥା। ଏହି ସମୟରେ ମୁଁ ବହୁତ କିଛି ଶିଖିଛି। ତେବେ ବ୍ୟକ୍ତିଗତ କାରଣ ଯୋଗୁ ମୁଁ ଏବେ ଦଳରେ ରହିପାରୁ ନାହିଁ। ତେଣୁ ମୁଁ ଦଳର ପ୍ରାଥମକି ସଦସ୍ୟ ପଦରୁ ଇସ୍ତଫା ଦେଉଛି।
ବିଜେଡି ବୁଧବାର ଦ୍ୱିତୀୟ ପର୍ୟ୍ୟାୟରେ ୨୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରେ ରମେଶ ଚନ୍ଦ୍ର ସାଏଙ୍କ ନାମ ନଥିଲା। ଏଥର ଦଳ ଆଠମଲ୍ଲିକ ଆସନରୁ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।