ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
ଭୁବନେଶ୍ୱର : ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ତରଫରୁ ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ମାନବ ଶୃଙ୍ଖଳ ସହ କ୍ୟାଣ୍ଡେଲ ଜଳାଇ ପ୍ରତିବାଦ କରାଯାଇଥିଲା । ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ନେତୃତ୍ୱରେ ଛାତ୍ର ଓ ଯୁବ ଜନତା ଦଳର କର୍ମୀ ମାନଙ୍କ ସହିତ ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ବହୁଳ ଭାବେ ଯୋଗଦାନ କରିଥିଲେ । ଏହିକାର୍ଯ୍ୟକ୍ରମସଫଳରୂପାୟନ କରିବାରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରଣବ ପ୍ରକାଶ ଦାସ, ଉପସଭାପତ ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ପ୍ରତାପ ଜେନା, ଉପସଭାପତି ଅତନୁସବ୍ୟସାଚୀ ନାୟକ, ସାଂସଦ ସୁଲତା ଦେଓ, ବିଧାୟକ ଅରୁଣ ସାହୁ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତି୍ରପାଠୀ,ଅନନ୍ତ ନାରାୟଣଜେନା, ଧ୍ରୁବ ସାହୁ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହିତ ଯୁବ ଓ ଛାତ୍ର ବିଜେଡିର ନେତା ପ୍ରମୁଖ ଯୋଗଦାନ କରିଥିଲେ ।