ଆଜି ପୁରୀ ବନ୍ଦ : ବିଜେଡିର ବଡ଼ ଘୋଷଣା

ଆଜି ପୁରୀ ବନ୍ଦ : ବିଜେଡିର ବଡ଼ ଘୋଷଣା

ପୁରୀ : ଆଜି ୬ଘଂଟା ପୁରୀ ବନ୍ଦ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ଘଂଟିଆ ବନ୍ଦ ପାଳନ କରିବ ବିଜୁ ଜନତା ଦଳ ।  ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ଡ଼ାକରା ଦେଇଛି ବିଜେଡି ।   ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାରେ ପୁଲିସ ଓ ରାଜ୍ୟ ସରକାରଙ୍କ ତଦନ୍ତରେ ଗୁରୁତର ତ୍ରୁଟି ରହିଛି ଏବଂ ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଛି। ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ୩ତାରିଖ ବିଳମ୍ବିତ ରାତିରେ ପୈତୃକ ଗାଁରେ ପାର୍ଥିବ ଶରୀର ପହଂଚିବା ପରେ କର୍ମ କରାଯାଇ ପରଦିନ କବର ଦିଆଯାଇଥିଲା । ତେବେ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ପୁଲିସ ସେ ଯାଏଁ ହୋଇଥିବା ତଦନ୍ତରେ କାହାର ସମ୍ପୃକ୍ତି ନଥିବା ଏକ୍ସରେ ପୋଷ୍ଟ କରିଥିଲା । ଅନ୍ୟପଟେ ପୀଡ଼ିତାଙ୍କ ବାପା ଝିଅ ମାନସିକ ଚିନ୍ତା  ପାଇଁ ଜୀବନ ନେବା କଥା କହିଥିଲେ । ଘଟଣାର ରହସ୍ୟ ଉପରୁ ଏଯାଏଁ ପରଦା ହଟିନଥିବା ବେଳେ ନ୍ୟାୟ ଦାବିରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି ।