ପିପିଲିରେ ମାନସିକ ବିକାରଗ୍ରସ୍ତଙ୍କୁ ଦୁଷ୍କର୍ମ
ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି । ଲୋକେ ଯେପରି ନୃଶଂସ ପାଲଟିଯାଉଛନ୍ତି। ଛୋଟ ଛୁଆଠୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଅନେକ ଲୋକ ଏହାର ଶିକାର ହେଉଛନ୍ତି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଠାରେ। ଯେଉଁଠି ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ କରି ମାରିଦେବାକୁ ଉଦ୍ୟମ କରାଯାଉଥିଲା। ଥାନାରେ ଏହାକୁ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି।