ବିଜେପିରୁ ତଡାହେଲେ ୪୦ ବିଦ୍ରୋହୀ
ାା ଏଜେନ୍ସି ।ା ମୁମ୍ବାଇ: ଆଗକୁ ମହାରାଷ୍ଟ୍ର ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ବିଜେପି । ବିଦ୍ରୋହୀ ନେତାଙ୍କ ବିରୋଧରେ ଦଳ ନେଇଛି ବଡ କାର୍ଯ୍ୟାନୁଷ୍ଠାନ । ୩୭ ଟି ଆସନରେ ବିଦ୍ରୋହ କରିଥିବା ୪୦ ଜଣଙ୍କୁ ଦଳରୁ ତଡାଯାଇଛି । ଏହାପୂର୍ବରୁ ଉଦ୍ଧବ ଠାକରେ ମଧ୍ୟ ଶିବସେନା-ୟୁବିଟିର ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଉଦ୍ଧବ ଠାକରେ ୫ ନେତାଙ୍କୁ ବହିଷ୍କାର କରିଥିଲେ । ଏଥିରେ ଭିୱଣ୍ଡିର ପୂର୍ବତନ ବିଧାୟକ ରୂପେଶ ମହାତ୍ରେ, ବିଶ୍ୱାସ ନନେ୍ଦକର, ଚନ୍ଦ୍ରକାନ୍ତ ଘୁଗୁଲ, ସଞ୍ଜୟ ଆୱାରୀ ଏବଂ ପ୍ରସାଦ ଠାକରେ ରହିଛନ୍ତି । ଖାଲି ବିଜେପି ନୁହେଁ ସବୁ ଦଳ ବିଦ୍ରୋହୀମାନଙ୍କ ପ୍ରତି କଠୋର ମନୋଭାବ ଗ୍ରହଣ କରୁଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ନେତାଙ୍କ ବିଦ୍ରୋହର ସ୍ୱର ମଧ୍ୟ ବଢିବାରେ ଲାଗିଛି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାୟୁତିଙ୍କ ନେତାମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ଯେ କୌଣସି ବିଦ୍ରୋହୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍ ନୁହେଁ । ସେପଟେ ମହା ବିକାଶ ଆଘାଡିଙ୍କ ସହଯୋଗୀ ଶରଦ ପାୱାର ଏବଂ ଉଦ୍ଧବ ଠାକରେ ମଧ୍ୟ ବିଦ୍ରୋହୀମାନଙ୍କୁ ଚେତାବନୀ ଦେଇଛନ୍ତି ।
ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଆସନ୍ତା ୨୦ ତାରିଖରେ ଭୋଟ୍ ହେବାକୁ ଯାଉଛି । ଆସନ୍ତା ୨୩ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ । ଏଥର ବିଜେପିର ସର୍ବାଧିକ ସଂଖ୍ୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ଏବଂ ତା’ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ରହିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦଙ୍କ ନେତୃତ୍ୱରେ ଶିବସେନା ଚତୁର୍ଥ ସ୍ଥାନରେ ଏବଂ ଶେଷରେ ଡେପୁଟି ସିଏମ ଅଜିତ ପାୱାରଙ୍କ ଏନ୍ସିପି ଷଷ୍ଠ ସ୍ଥାନରେ ରହିଛି ।