ଅହମ୍ମଦାବାଦ ବିମାନ ଦୁର୍ଘଟଣା : କୋର୍ଟଙ୍କ ତଦାରଖରେ ତଦନ୍ତ ଦାବି ଉପରେ ସୁପ୍ରିମକୋର୍ଟଙ୍କ ନୋଟିସ୍

 ନୂଆଦିଲ୍ଲୀ : ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଆବେଦନର ଶୁଣାଣି ହୋଇଛିା । ଦୁର୍ଘଟଣାର କୋର୍ଟ-ତଦାରଖର ସ୍ୱାଧୀନ ତଦନ୍ତ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଅନ୍ୟମାନଙ୍କ ନିକଟକୁ ନୋଟିସ୍ ଜାରି କରିଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଏନ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଶୀର୍ଷ ଅଦାଲତର ଦୁଇ ଜଣିଆ ଖଣ୍ଡପୀଠ କ୍ୟାପ୍ଟେନ ଅମିତ ସିଂହଙ୍କ ନେତୃତ୍ୱରେ ବିମାନ ସୁରକ୍ଷା ସଂଗଠନ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ ।
ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ଦୁର୍ଘଟଣା ପାଇଁ ପାଇଲଟଙ୍କୁ ‘ଦୋଷ' ଦେଉଥିବା ରିପୋର୍ଟକୁ ନେଇ ଯୁକ୍ତି ବାଢିଥିଲେ । କୋର୍ଟ ପ୍ରତିକ୍ରିୟା ଦେଇଥିଲେ ଯେ ଆବେଦନକାରୀଙ୍କ ଦ୍ୱାରା ଏକ ଉତ୍ତମ ଓ ନିରପେକ୍ଷ ତଦନ୍ତ ଦାବି କରିବା ଯୁକ୍ତିଯୁକ୍ତ ଅଟେ । 
ଦୁର୍ଘଟଣାକୁ ନେଇ କୋର୍ଟ ନିର୍ଦ୍ଦିଷ୍ଟ ସୂଚନା ଲିକ୍ କରିବା "ଦୁର୍ଭାଗ୍ୟଜନକ ଓ ଦାୟିତ୍ୱହୀନ’ ବୋଲି ଦର୍ଶାଇ ଫ୍ଲାଇଟ୍ ଡାଟା ରେକର୍ଡର ପ୍ରକାଶ ପାଇଁ ଦାବି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ, ନିୟମିତ ତଦନ୍ତକୁ ଯୌକ୍ତିକ ନିଷ୍କର୍ଷରେ ପହଞ୍ଚାଇବା ପର୍ଯ୍ୟନ୍ତ ଗୋପନୀୟତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଯେତେବେଳେ ଏହି ପ୍ରକାରର ଦୁଃଖଦ ଘଟଣା ଘଟେ ବୋଇଂ ଓ ଏୟାରବସ୍ ଦୋଷୀ ସାବ୍ୟସ୍ତ ହେବ ନାହିଁ । ସମଗ୍ର ଏୟାରଲାଇନ୍ସ ଦୁର୍ଘଟଣାଗ୍ରସ୍ତ ହେବ ବୋଲି ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି । ଜୁନ ୧୨ ତାରିଖରେ ଲଣ୍ଡନ ଯାଉଥିବା ବୋଇଂ ୭୮୭-୮ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଏକ କୋଠାରେ ଧକ୍କା ଖାଇ ଖସିପଡିବା ସହ ଜଳିଯାଇଥିଲା । ଅମିତ ସିଂହଙ୍କ ନେତୃତ୍ୱରେ ଏସଏମଏଫ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଜୁଲାଇ ୧୨ ରେ ବିମାନ ଦୁର୍ଘଟଣା ତଦନ୍ତ ବୁ୍ୟରୋ (ଏଏଆଇବି) ଦ୍ୱାରା ପ୍ରକାଶିତ ପ୍ରାରମ୍ଭିକ ରିପୋର୍ଟକୁ ଚ୍ୟାଲେଞ୍ଜ କରିଥିଲା । ଯେଉଁଥିରେ ବିମାନ (ଦୁର୍ଘଟଣା ଓ ଘଟଣାର ତଦନ୍ତ) ନିୟମ, ୨୦୧୭ ର ଉଲ୍ଲଂଘନ ଅଭିଯୋଗ କରାଯାଇଥିଲା । ଯାହା ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ସଂଗୃହୀତ ତଥ୍ୟର ସମ୍ପୂର୍ଣ୍ଣ ପ୍ରକାଶକୁ ବାଧ୍ୟତାମୂଳକ କରିଥାଏ ।
ତଦନ୍ତ କମିଟିରେ ଡିଜିସିଏର ଅଧିକାରୀମାନେ ସାମିଲ ଥିବାରୁ ଭୂଷଣ ସ୍ୱାର୍ଥ ଦ୍ୱନ୍ଦ୍ୱର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ଯେତେବେଳେ ଗୋଟିଏ ବିପର୍ଯ୍ୟୟ ଘଟଣାରେ ଶହ ଶହ ଜୀବନ ନଷ୍ଟ ହୋଇଯାଏ, ଦେଶ କେବଳ ମୃତକଙ୍କ ପାଇଁ ଶୋକ କରେ ନାହିଁ ବରଂ ତଦନ୍ତ ପ୍ରକ୍ରିୟାକୁ ସତ୍ୟ, ଦାୟିତ୍ୱ ଓ ଏପରି ବିପର୍ଯ୍ୟୟର ପୁନରାବୃତ୍ତି ହେବ ନାହିଁ ବୋଲି ନିଶ୍ଚିତ କରିବାର ଏକ ଉସô ଭାବରେ ଦେଖେ । ତେଣୁ ଦାୟିତ୍ୱ କେବଳ ପୀଡିତଙ୍କ ପରିବାର ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ବ୍ୟାପ୍ତ ବୋଲି ଆବେଦନରେ କୁହାଯାଇଛି ।