ସୀମାନ୍ତରେ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ


ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ମାଓବାଦୀ ଖଞ୍ଜିଥିବା ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ । ସୂଚନା ଅନୁଯାୟୀ ଛତିଶଗଡର ବିଜାପୁର ଜିଲ୍ଲାରେ ଥିବା ମାଓ ଉପଦ୍ରବ ଅଞ୍ଚଳ ସାଭନାରଠାରୁ କୋରଖୋଲି ଅଞ୍ଚଳରେ ମାଓ ଦମନ ଲାଗି ଡିଆରଜିର ଓ କୋବରା ଯବାନ ମାନେ ତଲାସି ଅଭିଯାନ କରିଥିଲେ । ତେବେ ଏହି ତଲାସି ଅଭିଯାନ ବେଳେ ସକାଳେ ଜିଲ୍ଲାରେ ଚାଲିଥିବା ବେଳେ କୋରଖୋଲି ଗ୍ରାମ ନିକଟରେ ଏକ ବୋମା ଖଞ୍ଜ ଯାଇଥିବା ଯବାନମାନେ ଦେଖିବାକୁ ପାଇଥିଲେ । ତୁରଣତ ବୋମା ନିଷ୍କ୍ରିୟକାରୀ ଦଳ ଉକ୍ତ ବୋମାକୁ ଉଧାର କରିଥିବା ବେଳେ ଏହା ୫ କିଲୋଗ୍ରାମର ଓଜନର ଏକ ଆଇଡି ବୋମା ଥିବା ଜଣାପଡିଥିଲା । ତେବେ ବୋମାକୁ ପ୍ରେସର ସୁଇଚ୍ ସିଷ୍ଟମ୍ ସହିତ ଲଗାଯାଇଥିବା ବେଳେ ମାଓବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିବା ପାଇଁ ଏହି ବୋମାକୁ ଖଞ୍ଜିଥିବା ଜଣାପଡିଛି । ତେବେ ଯବାନମାନେ ଏହି ବୋମାକୁ ଉଦ୍ଧାର ପରେ ଘଟଣା ସ୍ଥଳରେ ନିଷ୍କ୍ରିୟ କରିବା ସହ ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଥିଲେ । ଏହା ସହ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଯବାନମାନେ ଆହୁରି ଜୋରଦାର କରିଛନ୍ତି ।