କଳା ଲୁଣ ଖାଇବା ଶରୀର ପାଇଁ କେତେ ଭଲ ?
ଲୁଣ । ଖାଦ୍ୟରେ ନ ପକାଇଲେ ଖାଦ୍ୟ ପୁରା ଫିକା । କିନ୍ତୁ କଳା ଲୁଣ ଶରୀର ପାଇଁ କେତେ ଭଲ ? ଜାଣନ୍ତି କି ବିଶେଷଜ୍ଞ ମାନେ କଳା ଲୁଣ ଖାଇବାକୁ ନେଇ କଣ କୁହନ୍ତି ? ଆସନ୍ତୁ ଜାଣିବା
ସାଧାରଣତଃ ଲୁଣ ଶରୀର ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ । ଲୁଣରେ ଇଲେକ୍ଟ୍ରୋଲାଇଟ ଭରପୁର ରହିଥାଏ । ଏହା ଶରୀରରେ ସୋଡ଼ିୟମର ମାତ୍ରା ବୃଦ୍ଧି କରିଥାଏ । ଏଥିପାଇଁ ଉଚ୍ଚ ରକ୍ତଚାପ ରୋଗୀ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ ।
କିନ୍ତୁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ କଳା ଲୁଣ ଖାଇବା ଉଚିତ କି ନୁହେଁ । ଏହା ଶରୀର ପାଇଁ କେତେ ଭଲ ? ବାସ୍ତବରେ କଳା ଲୁଣ ସଂପୂର୍ଣ୍ଣ ଭାବରେ ପ୍ରାକୃତିକ ନୁହେଁ । ଏଥିରେ ଏକ ଅଲଗା ଗନ୍ଧ ଓ ସ୍ୱାଦ ରହିଥାଏ । ଗ୍ୟାସ୍, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ପାଇଁ କଳା ଲୁଣର ଉପଯୋଗ କରାଯାଏ । ଖାସ୍ କରି କଳା ଲୁଣ ଶରୀରକୁ କୌଣସି ବିଶେଷ ଲାଭ ଦେଇ ନ ଥାଏ । କିନ୍ତୁ ଏହା ଡ଼ାଇବେଟସ୍ ରୋଗୀଙ୍କ ବହୁତ ଉପକାରୀ ହୋଇଥାଏ ।
କଳା ଲୁଣରେ ସୋଡିୟମର ମାତ୍ରା ଅଧିକ ରହିଥାଏ । ଯାହା ବ୍ଲଡ୍ ପ୍ରେସର୍ ବଢିବାରେ ସମ୍ଭାବନା ରହିଥାଏ । ତେଣୁ ମଧୁମେହ ରୋଗୀ କଳା ଲୁଣ ପାଣି ପିଇବା ଦ୍ୱାରା ଭଲ ଲାଭ ମିଳିଥାଏ । କଳା ଲୁଣରେ ସୋଡିୟମର ମାତ୍ରା କମ୍ ଥିବାରୁ ଏହା ରକ୍ତଚାପ ବୃଦ୍ଧି କରି ନ ଥାଏ । ସୋଡିୟମ ବ୍ଲଡ ଭେସେଲସ୍ ପ୍ରାଚୀରକୁ କ୍ଷତି ପହଞ୍ଚାଇଥାଏ ଓ ହାର୍ଟ ଉପରେ ଚାପ ପକାଇଥାଏ ।
କଳା ଲୁଣ ରକ୍ତପ୍ରବାହକୁ ସ୍ୱଭାବିକ ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଏହା ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ । ତେଣୁ ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଆପଣ କଳା ଲୁଣ ହିଁ ଖାଆନ୍ତୁ । କିନ୍ତୁ ପେଟ ସମସ୍ୟା ଥିଲେ ଆପଣ କଳା ଲୁଣ ଖାଇବା ଉଚିତ ।