କଞ୍ଚା ହଳଦୀ ପାଣି

ହଳଦୀର ଉପକାରିତା ସମ୍ବନ୍ଧରେ କାହାକୁ ବା ଅଜଣା ଅଛି । ହଳଦୀ ଆମ ଶରୀର ପାଇଁ ଏକ ବରଦାନ ଅଟେ । ହଳଦୀ ଗୁଣ୍ଡକୁ ପାଣିରେ ମିଶାଇ ପିଇବାର ଅନେକ ଫାଇଦା ରହିଛି । ଯଦି ଆପଣ କଞ୍ଚା ହଳଦୀର ସେବନ ଆରମ୍ଭ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବେଶୀ ଲାଭକାରୀ ସାବ୍ୟସ୍ତ ହୋଇପାରେ । ଏହା ଶରୀରର ଇମ୍ୟୁନିଟି ସିଷ୍ଟମ୍ ପାଇଁ ବେଶ୍ ଗୁଣକାରୀ ଔଷଧ ଅଟେ । କଞ୍ଚା ହଳଦୀର ପ୍ରାକୃତିକ ଓ ପ୍ରଭାବଶାଳୀ ଔଷଧୀୟ ଗୁଣ ଶରୀରକୁ ଅନେକ ପ୍ରକାର ଫାଇଦା ଦେଇଥାଏ । କଞ୍ଚା ହଳଦୀର ସେବନରେ ପେଟର ଅନେକ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଆଣ୍ଟି ଇମ୍ପ୍ଲିମେଟୋରି ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି ଯାହା ପାଚନ ତନ୍ତ୍ରକୁ ମଜବୁତ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଯନ୍ତ୍ରଣା, ମୁହଁ ଫୁଲିବା ପରି ଦେଖାଯିବା ଓ ଗଣ୍ଠି ଯନ୍ତ୍ରଣା ସମସ୍ୟା ଅଛି ତେବେ ଆପଣ କଞ୍ଚା ହଳଦୀର ସେବନ କରିପାରିବେ । ଏହାର କରକ୍ୟୁମିନ୍ ନାମକ ତତ୍ତ୍ୱ ଏଥିରୁ ଉପଶମ ଦେଇଥାଏ । କଞ୍ଚା ହଳଦୀରେ ଭିଟାମିନ-ସି ଓ ଭିଟାମିନ-ଇ ଭରପୁର ମାତ୍ରାରେ ରହିଥାଏ ଯାହା ହଜମ କ୍ରିୟାରେ ସୁଧାର ଆଣିଥାଏ । ଏହାବ୍ୟତୀତ ଏହାର ଆଣ୍ଟି- ଅକ୍ସିଡେଣ୍ଟ ଗୁଣ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସୁଗାର ରୋଗୀମାନଙ୍କ ପାଇଁ କଞ୍ଚା ହଳଦୀର ପାଣି ଖୁବ୍ ଲାଭକାରୀ ହୋଇଥାଏ । କଞ୍ଚା ହଳଦୀରେ ଆଣ୍ଟି କ୍ୟାନ୍ସର ଗୁଣ ରହିଥାଏ ଯାହା କ୍ୟାନ୍ସର ବିପଦକୁ କମ କରିଥାଏ । କଞ୍ଚା ହଳଦୀରେ ଆଣ୍ଟି ଡାଇବେଟିକ୍ ଗୁଣ ରହିଥାଏ ଯାହା ଡାଇବେଟିସ୍କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
By- ହେନାମଞ୍ଜରୀ ସ୍ୱାଇଁ