ରକ୍ତହୀନତା ପାଇଁ ଖୁବ୍ ଲାଭକାରୀ

ଏନିମିଆ ବା ରକ୍ତହୀନତା ବିଶ୍ୱର ଅଧିକାଂଶଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା । ବିଶେଷ କରି ମହିଳା ଏବଂ ଛୋଟ ପିଲାଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ଖଜୁରୀର ସେବନ ଏକ ଉତ୍ତମ ମାଧ୍ୟମ । କାରଣ ଖଜୁରୀରୁ ପ୍ରଚୁର ମାତ୍ରାରେ ଆଇରନ୍ ମିଳିଥାଏ । ଯାହା ଶରୀରରେ ହିମୋଗ୍ଲୋବିନ ଲେବଲକୁ ବୃଦ୍ଧି କରିବାରେ ସହାୟକ । ହାଡକୁ ମଜଭୁତ କରେ କ୍ଷୀର ଭିଜା ଖଜୁରୀ ।
ଯେଉଁମାନଙ୍କର ହାଡ ଦୁର୍ବଳ ସେମାନଙ୍କ ପାଇଁ ଖଜୁରୀ ସବୁଠୁ ଉତ୍ତମ । କାରଣ ହାଡକୁ ମଜଭୁତ୍ କରିବା ପାଇଁ କ୍ୟାଲସିୟମ ଏବଂ ଫସଫରସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କ୍ଷୀରରେ କ୍ୟାଲସିୟମ ଏବଂ ଖଜୁରୀରେ ଫସଫରସ ପ୍ରଚୁର ପରିମାଣରେ ରହିଥାଏ । ଯାହା ହାଡକୁ ମଜଭୁତ୍ କରିହାଡର ଦୁର୍ବଳତା, ଅଷ୍ଟିଓପୋରୋସିସ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବାରେ ସାହାଯ୍ୟ ମଧ୍ୟ କରେ ।
ଖଜୁରୀ ଖାଇଲେ ଦୂର ହୁଏ ପେଟ ଜନିତ ସମସ୍ୟା
ହଜମ ସମସ୍ୟା ଏକ ବଡ ଚିନ୍ତା ।ଏଥିରୁ ମୁକ୍ତି ପାଇବାକୁ ହେଲେ କ୍ଷୀରରେ ଭିଜା ହୋଇଥିବା ଖଜୁରୀକୁ ପ୍ରତିଦିନ ସେବନ କରନ୍ତୁ । ଖଜୁରୀରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଯାହା ଅନ୍ତନଳୀ ବା ଖାଦ୍ୟ ନଳୀକୁ ସକ୍ରିୟ କରେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । କ୍ଷୀର ସହ ଖଜୁରୀକୁ ସେବନ କରିବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ ।
ମାନସିକ ବିଷାଦରୁ ମୁକ୍ତି ଦେଇଥାଏ କ୍ଷୀର ଭିଜା ଖଜୁରୀ
କ୍ଷୀର ଏବଂ ଖଜୁରୀର ମିଶ୍ରଣ କେବଳ ଶରୀର ପାଇଁ ଲାଭଦାୟକ ତାହା ନୂହେଁ ବରଂ ମସ୍ତିସ୍କ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ।
ଖଜୁରୀରେ ପୋଟାସିୟମ ଏବଂ ଭିଟାମିନ୍ ବି ୬’ର ଉପସ୍ଥିତି ମାନସିକ ସ୍ତରର ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସହାୟକ । ଯାହାଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ । ଖାଲିସେତିକି ନୁହେଁ କ୍ଷୀରରେ ଥିବା ଟ୍ରିପ୍ଟୋଫେନ ଏକ ଶାନ୍ତ ପ୍ରଭାବ ପକାଇଥାଏ ।