ଆର୍ଥିକ ସମସ୍ୟା ଲାଗି ରହୁଛି କି?
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି । ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଛୋଟ ଠାରୁ ଆରମ୍ଭ କରି ବଡ ଜିନିଷ ରଖିବା ପାଇଁ ନିୟମ ବର୍ଣ୍ଣନା କରାଯାଇଛି । ବାସ୍ତୁର ଏହି ନିୟମ ପ୍ରତି ଧ୍ୟାନ ଦେବା ଦ୍ୱାରା ଗୃହରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ । ତେବେ ଏପରି କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାର ପାଳନ କରିବା ଦ୍ୱାରା ଚିନ୍ତା ଦୂର ହୋଇଥାଏ । ଜାଣନ୍ତୁ..
ବାସ୍ତୁ ଅନୁଯାୟୀ, ସର୍ବଦା ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବାକୁ ପରାମର୍ଶ ଦିଆଯାଇଛି । ମାତ୍ର ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି । ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ଗୋଡ ଦକ୍ଷିଣ ଆଡକୁ ରହିଥାଏ । ଫଳରେ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ । ଉତ୍ତମ ନିଦ ମଧ୍ୟ ହୋଇନଥାଏ । ତେଣୁ ଶୟନ ପାଇଁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।
ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଖଟ ସମ୍ମୁଖରେ ଆଇନା କିମ୍ବା ଡ୍ରେସିଙ୍ଗ ଟେବୁଲ ରଖିବା ଉଚିତ ନୁହେଁ । ଶୟନ କକ୍ଷରେ ଆଇନା କିମ୍ବା ଡ୍ରେସିଙ୍ଗ ଟେବୁଲ ଥିଲେ ବ୍ୟବହାର ସମୟ ବ୍ୟତୀତ ଅନ୍ୟ ସମୟରେ ଏହାକୁ କପଡା ଦ୍ୱାରା ଢାଙ୍କି ରଖନ୍ତୁ । ଶୟନ କକ୍ଷରେ ଟିଭି ମଧ୍ୟ ରଖନ୍ତୁ ନାହିଁ ।
ଘରର ଅଗଣାକୁ ସର୍ବଦା ସଫାସୁତୁରା ରଖନ୍ତୁ । କଦାପି ଅସନା ଅପରିଷ୍କାର ରଖନ୍ତୁ ନାହିଁ । ଏହାକୁ ଅଣଦେଖା କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଲାଗି ରହେ । ଏହାସହ ଖରାପ ବୈଦୁ୍ୟତିକ ଉପକରଣ ମଧ୍ୟ ଘରେ ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଚିନ୍ତା ଓ କଳହ ଲାଗି ରହିଥାଏ ।
ବାସ୍ତୁ ଅନୁଯାୟୀ, ଘରର କବାଟ କଦାପି ପରସ୍ପର ସମ୍ମୁଖରେ ହେବା ଉଚିତ ନୁହେଁ । ଏହାଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହେବା ଆର୍ଥିକ ସମସ୍ୟା ଲାଗି ରହିଥାଏ ।