ବେଆଇନ ଇଟାଭାଟି,କାର୍ଯ୍ୟାନୁଷ୍ଠାନ ଦାବି

 ନିଆଳି:  ନିଆଳି ତହିସଲ୍ ଅଧିନସ୍ଥ ୧୦ରୁ ଊଦ୍ଧ୍ୱର୍ ପଞ୍ଚାୟତରେ ଛତୁ ଫୁଟିଲା ଭଳି ଖୋଲିଛି ଇଟାଭାଟି । ଶୀତ ଆରମ୍ଭରୁ ପ୍ରାଚୀ କୂଳକୁ ଜବରଦଖଲ କରି କେତେକ ଇଟା ମାଫିଆମାନେ ଆରମ୍ଭ କରିଦେଲେଣି ଇଟା ପକାଇବା । ଏମିତିକି କେତେକ ଜାଗାରେ ଇଟା ପୋଡା ହେବାକୁ ବସିଲାଣି । ଏପର୍ଯ୍ୟନ୍ତ ନିଆଳି ତହସିଲ୍ଦାର ଓ କଟକ ଜିଲ୍ଲା ପ୍ରଶାସନ ଇଟା ମାଫିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଅନ୍ୟପକ୍ଷରେ ନିଆଳି, ନୂଆଗାଁ, ଜଲ୍ଲାରପୁର ଓ ଅଁଳୋ ପଞ୍ଚାୟତ ଇଟା ମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି । ଇଟା ନ ପୋଡିବା ଉପରେ ଓଡିଶାର ଉଚ୍ଚତ୍ତମ ନ୍ୟାୟାଳୟ ଜାରି କରିଛନ୍ତି ନିଦେ୍ର୍ଦଶନାମା । ଯେଉଁମାନେ ଆଇନକୁ ଅବମାନନା କରି ଇଟା ପକାଉଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡିଶାର ଉଚ୍ଚତ୍ତମ ନ୍ୟାୟାଳୟ ନିଦେ୍ର୍ଦଶନାମା ଜାରି କରିଥିଲେ ମଧ୍ୟ ଏହି ନିୟମକୁ ପ୍ରଦୂଷଣ ବିଭାଗ, ରାଜସ୍ୱ ବିଭାଗ ଓ ସ୍ଥାନୀୟ ପୁଲିସ ପାଳନ କରୁନାହାଁନ୍ତି । ଯାହାଫଳରେ ଇଟା ମାଫିଆମାନେ ଖୁଲମ୍ଖୁଲା ଇଟା ପକାଉଛନ୍ତି । କେଉଁଠି ସ୍ୱାସ୍ଥ୍ୟକେନ୍ଦ୍ର ତ ଆଉ କେଉଁଠି ମଠ ମନ୍ଦିର, ଏବଂ ବିଦ୍ୟାଳୟ ପାଖରେ ଇଟା ମାଫିଆମାନଙ୍କ ଲୋଲୁପ ଦୃଷ୍ଟି ପଡିଛି । ପ୍ରାଚୀ ନଦୀର ପଠାକୁ ଖୋଳି ଶହ ଶହ ଟ୍ରିପ୍ ମାଟି ତାଡି ଇଟା ପଡୁଥିବା ବେଳେ ପ୍ରାଚୀର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଇଟା ମାଫିଆଙ୍କ ଉପରେ ନିଆଳି ତହସିଲ୍ଦାର୍ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।