ବାପା ହେଲେ ବରୁଣ ଧାୱନ

ବାପା ହେଲେ ବରୁଣ ଧାୱନ

ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ବାପା-ମାଆ ହୋଇଛନ୍ତି। ସୋମବାର କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ନତାଶା। ଏନେଇ ବରୁଣ ଧାୱନଙ୍କ ବାପା ତଥା ନିର୍ଦ୍ଦେଶକ ଡାଭିଡ ଧାୱନ ସୂଚନା ଦେଇଛନ୍ତି।

ମୁମ୍ବାଇର ଇନ୍ଦୁଜା ହସ୍ପିଟାଲରେ ବରୁଣ ଧାୱନ ଓ ଡାଭିଡ ଧାୱନ ନଜର ଆସିଥିଲେ। ସେଠାରେ ପ୍ରତିକ୍ରିୟା ଦେଇ 'ଲକ୍ଷ୍ମୀ ଘରକୁ ଆସିଛନ୍ତି' ବୋଲି ଡାଭିଡ ଧାୱନ କହିଛନ୍ତି। 

୨୪ ଜାନୁୟାରୀ, ୨୦୨୧ରେ ବରୁଣ ଓ ନତାଶାଙ୍କ ବିବାହ ହୋଇଥିଲା। ଆଲିବାଗରେ ଉଭୟଙ୍କ ହାତଗଣ୍ଠି ପଡିଥିଲା।ଅନ୍ୟପକ୍ଷରେ ବରୁଣଙ୍କ ଆଗାମୀ ପ୍ରୋଜେକ୍ଟ କଥା ଯଦି କହିବା, ତେବେ ଖୁବ ଶୀଘ୍ର 'ବେବି ଜନ୍'ରେ ନଜର ଆସିବେ ବରୁଣ ଧାୱନ। ଏ କାଲେସ୍ୱରନ ସିନେମାନର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉ ଥିବାବେଳେ ମୁରାଦ ଖେତାନି, ପ୍ରିୟା ଏଟଲୀ ଏବଂ ଜ୍ୟୋତି ଦେଶପାଣ୍ଡେ ପ୍ରଯୋଜନା ଦେଇଛନ୍ତି।