୧୦୮ ହନୁମାନ ଚାଳିଶା ପାଠ

ନିଆଳି : ନିଆଳି ଦେବୀକାନ୍ଦଳ ଦୀପାଞ୍ଚଳ ରାଣୀଓଳା ପଞ୍ଚାୟତରେ ଥିବା ପଂଦୁଆର ଗୋସେଇଁଙ୍କ ପୀଠ ପଣ୍ଡୁଆହୁରାରେ ଶ୍ରୀରାମ ନବମୀ ଅବସରରେ ୧୦୮ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଦୀପ୍ତିରଂଜନ ଷଢଙ୍ଗୀ, ଉମେଶ ଚନ୍ଦ୍ର ପାଢ଼ୀ, ପଣ୍ଡିତ ଅଜୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ଶ୍ରୀରାମଙ୍କ ମହାତ୍ମା ହୋମଯଜ୍ଞ ଆଦି ପୂଜାବିଧି ସମ୍ପନ୍ନ କରିଥିଲେ । କର୍ତ୍ତା ଭାବେ ଶୁଭ ମନୁ୍ୟ ପଟନାଏକ ଓ କର୍ତ୍ତୀ ଭାବେ ସ୍ୱାଗତିକା ପଟନାଏକ ପୂଜା ବିଧିରେ ସହଯୋଗ କରିଥିଲେ । ଷଷ୍ଠ ବର୍ଷ ପାଇଁ ପଣ୍ଡୁ ଆରାରେ ଆୟୋଜିତ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମକୁ ଚିଭିପି ସଂଯୋଜକ ଶିବରାମ ଖୁଣ୍ଟିଆ ସମ୍ପାଦକ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଦହିସର୍ବତ ଓ ଜଳଛତ୍ର ପ୍ରଦାନ କରାଯାଇଥିଲା । ସମାଜସେବୀ ଯୋଗେନ୍ଦ୍ର ମହାପାତ୍ର, ସେଲେଦା ଗୋପୀନାଥ ଜୀଉ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଣୀଓଳାର ପ୍ରାକ୍ତନ ସରପଞ୍ଚ ସରୋଜ କୁମାର ସ୍ୱାଇଁ, ଯୁବ ଜାଗୃତି ମଞ୍ଚର ସଭାପତି କଳ୍ପତରୁ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ଆୟୋଜକ ପ୍ରମୁଖଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିମନୁ୍ୟ ଜେନା, ଶିଶିର ସ୍ୱାଇଁ, କ୍ଷେତ୍ରମୋହନ ପୁହାଣ, ବିଷ୍ଣୁ ବସ୍ତିଆଙ୍କ ସମେତ ଅନେକ ଅଞ୍ଚଳବାସୀ ଯୋଗ ଦେଇଥିବା ବେଳେ କମିଟିର ସଂଯୋଜକ ପ୍ରଧାନନ୍ଦ ମହାନ୍ତି ସଭା ପରିଚାଳନା କରିଥିଲେ ।