ସାବଧାନ, କୋଲେଷ୍ଟ୍ରଲ ବୃଦ୍ଧି କାରଣରୁ ହୋଇପାରେ ହୃଦଘାତ
ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି କାରଣରୁ ଧମନୀରେ ଅବରୋଧ ସୃଷ୍ଟି ହୋଇପାରେ, ଯାହା ରକ୍ତ ପ୍ରବାହକୁ ବନ୍ଦ କରିଦିଏ। ଏପରି ହେଲେ ହୃଦଘାତ ବିପଦ ବଢିଯାଏ। ଏଥିପାଇଁ କୋଲେଷ୍ଟ୍ରଲ ବୃଦ୍ଧିକୁ ନିରବ ଘାତକ ବୋଲି କୁହାଯାଏ।
ତେଣୁ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ, ତାଠୁ ଆହୁରି ଆବଶ୍ୟକ ଯେ, ଯଦି କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ, ତେବେ ଜାଣିବେ କିପରି। ଶରୀରରେ କେଉଁ ସବୁ ଲକ୍ଷଣ ଦେଖିଲେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଛି ବୋଲି ଜାଣିବେ, ଜାଣନ୍ତୁ...
କାଲିଫର୍ନିଆ ୟୁନିଭରସିଟିର ସର୍ଜରୀ ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ ବଢିଯାଏ, ସେତେବେଳେ ପାଦ, ଆଙ୍ଗୁଠି, ମାଂସପେଶୀ ଏବଂ ହିପରେ ଯନ୍ତ୍ରଣା ଅନୁଭବ ହୁଏ। ତଥାପି, ବିଶ୍ରାମ ନେବା ପରେ ଏସବୁ ଲକ୍ଷଣ ବିଶେଷ ରହେ ନାହିଁ। ଏହା ବ୍ୟତୀତ ପାଦ ଫୁଲିବା କୋଲେଷ୍ଟ୍ରଲ ବୃଦ୍ଧିର ଏକ ଲକ୍ଷଣ। ଯଦି କୌଣସି ଆଘାତ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ନହୁଏ, ତେବେ ଏହା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧିର ଲକ୍ଷଣ ଭାବରେ ମଧ୍ୟ ବିବେଚନା କରାଯାଇପାରେ। ଉଚ୍ଚ କୋଲେଷ୍ଟ୍ରଲ ହୋଇଥିଲେ ବେଳେବେଳେ ଚର୍ମ ରଙ୍ଗ ହଳଦିଆ ମଧ୍ୟ ଦେଖାଯାଇଥାଏ।