୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌

budget

୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି  । ସେଥିମଧ୍ୟରୁ ଗୃହ ବିଭାଗ ପାଇଁ ୧୩୫୨ କୋଟି ୪୨ ଲକ୍ଷ ଟଙ୍କା, ଅର୍ଥ ବିଭାଗ ନିମନ୍ତେ ୧୭୫୦ କୋଟି ଟଙ୍କା, ନିର୍ମାଣ ବିଭାଗ ପାଇଁ ୨୭୭ କୋଟି ଟଙ୍କା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସକାଶେ ୧୧୧୩ କୋଟି ୭୮ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି  । 

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିମନ୍ତେ ୧୫୩୦ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୧ ହଜାର କୋଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସକାଶେ ୨୨୧ କୋଟି, ଜଳସମ୍ପଦ ବିଭାଗ ନିମନ୍ତେ ୩୪୬ କୋଟି ୬୮ ଲକ୍ଷ ଟଙ୍କା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ୨୬୫ କୋଟି ୩୧ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୪୧୩ କୋଟି ଟଙ୍କା, ଶକ୍ତି ବିଭାଗ ସକାଶେ ୧୦୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି  । ଅପରପକ୍ଷରେ ମହିଳା ଓ ଶିଶୁ ବିଭାଗ ନିମନ୍ତେ ୧୨୩୦ କୋଟି, ଆଇଟି ପାଇଁ ୨୫୨ କୋଟି, ଉଚ୍ଚଶିକ୍ଷା ବିଭାଗ ସକାଶେ ୩୦୪ କୋଟି ୬୩ ଲକ୍ଷ ଟଙ୍କା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିମନ୍ତେ ୨୬୩ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୩୯୯ କୋଟି ୫୬ ଲକ୍ଷ ଟଙ୍କା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିମନ୍ତେ ୨୦୨ କୋଟି ୯୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି  ।