୨୦୩୦ ସୁଦ୍ଧା ବଢ଼ିବ ଶକ୍ତି କ୍ଷମତା
ଭୁବନେଶ୍ୱର : ଯୁକ୍ତରାଜ୍ୟ ସରକାର ଏବଂ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ରୀଡ୍କୋର ମିଳିତ ଆନୁକୂଲ୍ୟରେ ଆଜି ‘ନେଟ୍-ଜିରୋ ଭିଜନ୍ ଫର୍ ଭୁବନେଶ୍ୱର’ ବିଷୟରେ ଏକ ଉଚ୍ଚସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଜ୍ଞାନ ଆଦାନ-ପ୍ରଦାନ ସହ ବହୁ-ପକ୍ଷୀୟ ସହଯୋଗକୁ ଉସôାହିତ କରିବା ଏବଂ ଭୁବନେଶ୍ୱର ସହରରେ କିଭଳି ପ୍ରଦୂଷଣକୁ ପ୍ରତିହତ କରାଯାଇପାରିବ ସେ ଉପରେ ଏହି କର୍ମଶାଳାରେ ବିଷଦ ଆଲୋଚନା ହୋଇଥିଲା । ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚୁ୍ୟଟ ପକ୍ଷରୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରାଯାଇଥିଲା ।ଏହି କର୍ମଶାଳାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ତଥା ଶିଳ୍ପ ଓ ଶିକ୍ଷା ଜଗତ ସହିତ ଜଡିତ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱରର ନେଟ୍-ଜିରୋ ଯାତ୍ରା ପାଇଁ ଏକ ସଂପୂର୍ଣ୍ଣ ରୋଡମ୍ୟାପ୍ ବିକଶିତ କରିବା ଉଦେ୍ଦଶ୍ୟରେ ଏହା ଆୟୋଜିତ ହୋଇଥିଲା । ୨୦୭୦ ସୁଦ୍ଧା ନେଟ୍-ଜିରୋ ଲକ୍ଷ୍ୟ ପୁରଣ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତା ଏବଂ ୨୦୨୯-୩୦ ମଧ୍ୟରେ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷମତାକୁ ୧୦.୯ ଗିଗାୱାଟକୁ ବୃଦ୍ଧି କରିବା ପାଇଁ ସ୍ଥିର ହୋଇଥିବା ଲକ୍ଷ୍ୟ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚୁ୍ୟଟର ମହାନିଦେ୍ର୍ଦଶକ ଡ. ବିଭା ଧାୱନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରୀଡକୋର ପରିଚାଳନା ନିଦେ୍ର୍ଦଶକ ତ୍ରିଲୋଚନ ପଣ୍ଡା, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତ ପାଇଁ ନିଯୁକ୍ତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ । ଦ ଏନର୍ଜି ଆଣ୍ଡ ରିସୋର୍ସ ଇନଷ୍ଟିଚୁ୍ୟଟର ମହାନିଦେ୍ର୍ଦଶକ ଡ. ବିଭା ଧାୱନ ଏବଂ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଡକ୍ଟର ଦେବୀ ଦତ୍ତ ତ୍ରିପାଠୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।