ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ   , ସମାଜର ମୁଖ୍ୟସ୍ରୋତରେ ସାମିଲ ନେଇ ସ୍ୱାଗତ କଲେ ଆଇଜି ଓ ଏସପି


ାା ପ୍ରଭାନୁ୍ୟଜ୍ ।ା ବରଗଡ:  ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିବା ପରେ ଉତ୍ତରାଞ୍ଚଳ ଆଇଜି ଓ ବରଗଡ ଏସପି  ଫୁଲତୋଡା ଦେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ନେଇ ସ୍ୱାଗତ କରିଥିଲେ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଛତିଶଗଡ ବିଲାସପୁର ଜିଲ୍ଳା ପରନଲ ଗ୍ରାମର ଅମିଳା ଓରଫ ପାରୋ ଓରଫ ପୂଜା ତାତି  ଓ ସୁକମା ଜିଲ୍ଳା ତାଲୋଡ ଗ୍ରାମର ରଘୁ ଓରଫ ସାଇତୁ ପଦମ ବୋଲି ଆଇଜି ହିମାଂଶୁ ଲାଲ ବରଗଡ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ  । ଉଭୟ ମାଓବାଦୀ ବଲାଙ୍ଗୀର-ବରଗଡ-ମହାସୁମନ୍ଦ ଡିଭିଜନର ସଦସ୍ୟ ଥିବାବେଳେ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ସକ୍ରିୟ ଥିଲେ  । ସେହିପରି ପୂଜା ନାଁରେ ୪ ଲକ୍ଷ ଏବଂ ରଘୁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ସରକାର ଘୋଷଣା କରାଯାଇଥିଲା  । ସେମାନଙ୍କ ବିରୋଧରେ ବିଭିନ୍ନ ଅଞ୍ଚଳରେ ସଙ୍ଗିନ ଅପରାଧ ମାମଲା ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି  । ସେମାନଙ୍କୁ ସରକାରଙ୍କ ଥଇଥାନ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି  । ତେବେ ସେମାନଙ୍କ ଠାରୁ ଅନେକ ମାଓ ସାମଗ୍ରୀ , ପୁସ୍ତିକା, ରୁଟ ମ୍ୟାପ୍, ଜୀବନ୍ତ ଗୁଳି, ବନ୍ଧୁକ ସହ ମାଓ ପୋଷାକ ଜବତ କରାଯାଇଛି  । ନିର୍ଯ୍ୟାତନା ଓ ପାରିବାରିକ କଷ୍ଟ ପାଇଁ ନିଜକୁ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ  ପୂଜା ଓ ରଘୁ  । କିନ୍ତୁ ଏଠି ବି ସମାନ ପରିସ୍ଥିତି ସେ ଦେଖିବାକୁ ପାଇଥିଲେ । ନିର୍ଯ୍ୟାତନା, ଜାତିଆଣ ଭେଦଭାବକୁ ସମସ୍ୟା ଦେଖାଦେବା ପରେ ଶେଷରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନେଇ ଆତ୍ମସମର୍ପଣ କରିଥିବା ଉଭୟେ କହିଥିଲେ । ଲାଲ ବାହିନୀରେ ଯୋଗଦେବା ପରେ ସେମାନଙ୍କୁ ବିଶେଷ କରି ମହିଳା କ୍ୟାଡର ମାଓବାଦୀଙ୍କୁ ଅକଥନୀୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସେ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । ତେବେ ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀ ବିଭିନ୍ନ ଅପରାଧିକ  ଘଟଣାରେ ସଂପୃକ୍ତ ଥିବା ପୁଲିସ ସୂଚନା ପକ୍ଷରୁ ସୂଚନା ଦିଆଯାଇଥିଲା  । ସାମ୍ବାଦିକ ସମ୍ମିଳନୀରେ ବରଗଡ ଏସପି ପିଏସ ମୀନା ଉପସ୍ଥିତ ଥିଲେ  ।