ଜନତାଙ୍କ ନିକଟକୁ ଗାଁ ଗାଁ ଯାଇ ବୁଲିବେ ମନ୍ତ୍ରୀ

ଆସନ୍ତା ୨୪ ମାର୍ଚ୍ଚରୁ ୨୬ ମାର୍ଚ୍ଚ ମଧ୍ୟରେ ଦିଲ୍ଲୀରେ ଆରମ୍ଭ ହେବ ବଜେଟ୍ ଅଧିବେଶନ । ପ୍ରେସ କନଫରେନ୍ସ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ବିକଶିତ ଦିଲ୍ଲୀର ବଜେଟ୍ । ଏହି ବଜେଟ୍ ଜନତାଙ୍କ ବଜେଟ୍ ହେବ । ଏହି ବଜେଟରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଦିଲ୍ଲୀର ଆବଶ୍ୟକତାକୁ ରହି ଯେପରି ବଜେଟ୍ ପ୍ରସ୍ତୁତ ହେବ, ସେନେଇ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ପରାମର୍ଶ ପାଇଁ ଏକ ହ୍ୱାଟସଆପ୍ ନମ୍ବର ଏବଂ ୱେବସାଇଟ୍ ଜାରି କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀର ଯେକୌଣସି ବ୍ୟକ୍ତି ପରାମର୍ଶ ଦେଇପାରିବେ । ଜନତାଙ୍କ ମତାମତ ନେବା ପାଇଁ ଗାଁ ଗାଁ ବୁଲିବେ ମନ୍ତ୍ରୀ । ଲୋକଙ୍କ ସହ ମିଶିବେ, ଦିଲ୍ଲୀର ବିକାଶ ପାଇଁ କଣ କଣ ଆବଶ୍ୟକ ରହିଛି । କେଉଁ କେଉଁ ଦିଗ ଉପରେ ସରକାରଙ୍କୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ସେନେଇ ଲୋକଙ୍କଠୁ ପରାମର୍ଶ ଆଣିବେ ମନ୍ତ୍ରୀ । ଅନ୍ୟପଟେ, ଲୋକଙ୍କ ପରାମର୍ଶ ପାଇଁ ଯେଉଁ ୱେବସାଇଟ୍ ଏବଂ ହ୍ୱାଟସଆପ୍ ନମ୍ବର ଜାରି ହୋଇଛି ସେଥିରୁ ବି ଲୋକଙ୍କ ପରାମର୍ଶ ଗ୍ରହଣ କରିଲେ ସରକାର । ମାର୍ଚ୍ଚ ୫ତାରିଖରେ ବିଧାନସଭାରେ ମହିଳାଙ୍କଠୁ ପରାମର୍ଶ ନେବେ ସରକାର । ସେହିପରି ମାର୍ଚ୍ଚ ୬ ତାରିଖରେ ବ୍ୟବସାୟୀଙ୍କଠୁ ପରାମର୍ଶ ନେବେ ଦିଲ୍ଲୀ ସରକାର ।
ନିର୍ବାଚନ ପୂର୍ବରୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର, ତାହା ଗୋଟି ଗୋଟି କରି ପୂରା ହେବ । ପୂର୍ବରୁ ବିକାଶର କାମ ହେଉନଥିଲା ଖାଲି ବାହାନା କରାଯାଉଥିଲା... କିନ୍ତୁ ଏବେ ସମୟ ଆସିଛି ଦିଲ୍ଲୀର ନୂଆ ଇତିହାସ ଲେଖିବାର । ଦିଲ୍ଲୀର ବିକାଶ ପାଇଁ ଆମେ ରବିବାରରେ ବି କାମ କରୁଛୁ । ଆଗାମୀ ଦିନରେ ଦିଲ୍ଲୀ ବିକାଶ ଦେଖିବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।