ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 

ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 

ନୂଆଦିଲ୍ଲୀ : ପୂର୍ବ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ ହୋଇଛି । ନିଜ ବାସଭବନରେ ୯୧ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । 
  
   

      ଆଜି ସକାଳ ସମୟରେ ସେ ଲାଟୁରର ଦେଓଘରସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ । ଶିବରାଜ ପାଟିଲ ଚାକୁରକର ଲୋକସଭାର ବାଚସ୍ପତି ଥିଲେ । ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ଦେଶର ଗୃହମନ୍ତ୍ରୀ ଥିଲେ । ମୁମ୍ବାଇ ଆକ୍ରମଣ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । ତାଙ୍କ ରାଜନୈତିକ କ୍ୟାରିୟର ସମୟରେ, ସେ ଦେଶ ପାଇଁ ଅନେକ ମର୍ଯ୍ୟାଦାଜନକ ପଦବୀରେ ରହିଥିଲେ ଏବଂ ଦେଶର ସାମ୍ବିଧାନିକ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।