୭୦ବର୍ଷରୁ ଊଦ୍ଧ୍ୱର୍ଙ୍କୁ ମୋଦିଙ୍କ ବଡ ଭେଟି , ଆୟୁଷ୍ମାନ ଭାରତରେ ମିଳିବ ୫ ଲକ୍ଷ ଯାଏ ମାଗଣା ଚିକିତ୍ସା


ାା ଏଜେନ୍ସି ।ା ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାର ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ଦେଶର ୭୦ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଲାଭ ମିଳିବ । ଏଥିରେ ଗରିବ ଓ ଧନୀର ଭେଦଭାବ କରାଯିବ ନାହିଁ ଏବଂ ଏହାର ପରିଧି ଭିତରକୁ ସମସ୍ତଙ୍କୁ ଅଣାଯିବ । 
କ୍ୟାବିନେଟ୍ ନିଷ୍ପତ୍ତି ଉପରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରେ ଏକ ନୂଆ ବର୍ଗ କରାଯିବ । ଏହା ଅଧୀନରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବୟସ୍କଙ୍କୁ ସରକାର ୫ ଲକ୍ଷ ଟଙ୍କା ଯାଏ ମାଗଣା ଚିକିସôା ସୁବିଧା ନେଇ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଇବେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହି ନିଷ୍ପତ୍ତିର ଉଦେ୍ଦଶ୍ୟ ୪.୫ କୋଟି ପରିବାରର ୬  କୋଟି ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ପହଞ୍ଚାଇବା ।  ସରକାର କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଲାଭାର୍ଥୀଙ୍କୁ ଏକ ନୂଆ କାର୍ଡ ଜାରି କରାଯିବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଯେଉଁ ପରିବାର ପୂର୍ବରୁ ଆୟୁଷ୍ମାନ ଭାରତରେ ସାମିଲ ଅଛନ୍ତି, ତାଙ୍କ ପରିବାରରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଅଛନ୍ତି, ତେବେ ତାଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ଏକ ଅତିରିକ୍ତ ଟପ୍-ଅପ୍ ମିଳିବ । ଏହା ସେୟାର୍ଡ ହେଲ୍ଥ କଭର୍ ହେବ । ସେହିପରି ଆୟୁଷ୍ମାନ ଯୋଜନାରେ ସାମିଲ ନଥିବା ପରିବାରର ୭୦ ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ଏବଂ ପ୍ରତିବର୍ଷ ପାଇଁ ୫ ଲକ୍ଷ ଟଙ୍କାର ସେୟାର୍ଡ କଭର୍ ମିଳିବ ।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାରେ ପୂର୍ବରୁ ପ୍ରାୟ ୫୫ କୋଟି ଲୋକଙ୍କୁ ମାଗଣା ଚିକିସôା ସୁବିଧା ମିଳୁଛି  । ଏହା ଦୁନିଆର ସବୁଠୁ ବଡ଼ ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନା, ଯାହାର ଲକ୍ଷ୍ୟ ପ୍ରତିବର୍ଷ ୧୨ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ଯାଏ ମାଗଣା ସ୍ୱାସ୍ଥ୍ୟ ବୀମା ଦେବା । କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ୭୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟ ବୀମା କିମ୍ବା ରାଜ୍ୟ ବୀମା ସ୍କିମ ଅଧୀନରେ ରହିଛନ୍ତି, ସେମାନେ ମଧ୍ୟ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।  ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ ହସ୍ପିଟାଲ ପଞ୍ଜିକୃତ ହୋଇଛି । ସେଥିରେ ୧୨,୮୨୪ ଘରୋଇ ହସ୍ପିଟାଲ ରହିଛନ୍ତି । ୨୦୨୨-୨୩ ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍ପିଟାଲ ହୋଇଥିବାବେଳେ ୪୪%ଙ୍କ ଚିକିସôା ସରକାରୀ ହସ୍ପିଟାଲରେ ହୋଇଛି । ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ ମୋଟ ୧୯୪୯ ପଦ୍ଧତିରେ ଚିକିସôା ସୁବିଧା ମିଳୁଛି । ହିତାଧିକାରୀ କ୍ୟାନସର, ଜରୁରୀ ଚିକିସôା ଓ ଯନô, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ ବୃକକ୍ ସଂକ୍ରାନ୍ତ ବ୍ୟାଧିର ଚିକିସôା ସେବା ମାଗଣାରେ କରିପାରୁଛନ୍ତି । ଏହି ଯୋଜନାରେ ଲିଙ୍ଗଗତ ସମାନତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ଆୟୁଷ୍ମାନ କାର୍ଡଧାରୀଙ୍କ ମଧ୍ୟରେ ୪୯ ପ୍ରତିଶତ ମହିଳା । ସେହିଭଳି ହସ୍ପିଟାଲରେ ଚିକିସôା ପାଇଁ ଭର୍ତ୍ତି ହେବାରେ ମହିଳାଙ୍କ ସଂଖ୍ୟା ୪୮% । ମହିଳାଙ୍କ ପାଇଁ ଏହି ଯୋଜନାରେ ୧୪୧ପ୍ରକାର ଚିକିସôା ସୁବିଧା ଉପଲବ୍ଧ ହେଉଛି ।