୪ରେ କେନ୍ଦ୍ର କ୍ୟାବିନେଟ୍


ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ : ଅପରେସନ୍ ସିନ୍ଦୁର ପରେ ଜୁନ୍ ୪ରେ ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି  । ସେହିଦିନ ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ହେବ  । ଜୁନ୍ ୯ରେ ମୋଦିଙ୍କ ତୃତୀୟ ପାଳି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ହେବ  । ପ୍ରଥମ ବର୍ଷ ପୂର୍ତ୍ତି ପୂର୍ବରୁ କ୍ୟାବିନେଟରେ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି  ।