ଲ’ କମିଶନରଙ୍କୁ ଭେଟିଲେ ସୀତାଂଶୁ ମୋହନ ଦ୍ୱିବେଦୀ
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଆଇନଜୀବି ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଆଜି ଓଡ଼ିଶା ଲକ୍ଷ କମିଶନର ଅଧ୍ୟକ୍ଷ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଶ୍ରୀ ଦ୍ୱିବେଦୀ ସାମ୍ପ୍ରତିକ ବିଚାର ବ୍ୟବସ୍ଥା ତଥା ଆଇନଜୀବି ପରିଷଦ ଓ ଆଇନଜୀବିମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବସରରେ ଆଲୋଚନା କରିଥିଲେ । ସେହିପରି ଓଡ଼ିଶା ରାଜ୍ୟ ଆଇନଜୀବି ପରିଷଦ ତରଫରୁ ଆଇନଜୀବିମାନଙ୍କର କଲ୍ୟାଣ ନିମନ୍ତେ ନିଆଯାଉଥିବା ଅନେକ କଲ୍ୟାଣମୂଳକ ପଦକ୍ଷେପ ବିଷୟରେ ଅବଗତ କରିଥିଲେ ।