ବିକାଶ ଓ ସୁଶାସନ ଜିତିଲା

ବିକାଶ ଓ ସୁଶାସନ ଜିତିଲା

ବିହାରରେ ବିକାଶ ଜିତିଲା । ସୁଶାସନ ଜିତିଲା । ଜନମଙ୍ଗଳକାରୀ ଉତ୍ସାହର ବିଜୟ ହେଲା । ସାମାଜିକ ନ୍ୟାୟର ବିଜୟ ହେଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ଅବସରରେ ସେ ବିହାରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିହାରବାସୀ ଏନଡ଼ିଏକୁ ଐତିହାସିକ ବିଜୟ ଦେଇଛନ୍ତି । ବିହାରର ଲୋକମାନଙ୍କ ସେବା କରିବା ପାଇଁ ଏହା ଆମକୁ ବଳ ଯୋଗାଇଛି । ବିହାରରେ ଜଙ୍ଗଲରାଜ ଆଉ କେବେ ଫେରିବନି ବୋଲି ସେ କହିବା ସହ କଂଗ୍ରେସକୁ ଏମଏମଏସ ବା ମୁସଲିମ୍‌ ଲିଗ୍‌ ମାଓଇଷ୍ଟ କହି କଠୋର ସମାଲୋଚନା କରିଛନ୍ତି । ଏବେ ସେହିପରି ନୂଆପଡ଼ା ଉପନିର୍ବାଚନରେ ବାଜିମାତ୍‌ କରିଥିବାରୁ ପ୍ରାର୍ଥୀ ରାଜେନ୍ଦ୍ର ଢେ଼ାଲକିଆଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।