ଡାଇବେଟିସ୍‌ ରୋଗୀଙ୍କ ପାଇଁ ଗାଜର!

ଡାଇବେଟିସ୍‌ ରୋଗୀଙ୍କ ପାଇଁ  ଗାଜର!

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ୍ସ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରିହୋଇ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଅସ୍ଥି ଓ ମଜ୍ଜାକୁ ଶକ୍ତ କରିଥାଏ। ତେବେ ଏହାର ଆଉ ଏକ ଉପକାରୀ ଗୁଣ ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ଆଣ୍ଟିବଡି ଗଠନ କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କୁ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ନିୟମିତ ଗାଜର ଖାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସେମାନଙ୍କର ଶରୀରରେ ଆଣ୍ଟିବଡି ପରୀକ୍ଷା କରାଯିବାରୁ ଏହା ପୂର୍ବାପେକ୍ଷା ବୃଦ୍ଧି ପାଉଥିବାର ଜଣାପଡ଼ିଥିଲା। ଆପଣ ଦୃଷ୍ଟିଶକ୍ତିଜନିତ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ନିୟମିତ ସମୟ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇ ନେବା ସହ ଆଉ ଏକ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ପ୍ରତିଦିନ ଗାଜର ଖାଆନ୍ତୁ। କାରଣ ଗାଜରରେ ଏଭଳି ତତ୍ତ୍ୱ ରହିଛି, ଯାହା ଦୃଷ୍ଟିଶକ୍ତି ପାଇଁ ବେଶ୍‌ ଉପକାରୀ।

 ଏହା ଭିଟାମିନ୍‌ ‘ସି’ର ଅନ୍ୟତମ ଉତ୍ସ। ଗାଜର ନିୟମିତ ଖାଇଲେ ତାହା ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତା’ସହ ଏହା ରକ୍ତଚାପକୁ ମଧ୍ୟ ସନ୍ତୁଳିତ ରଖେ। ଗାଜରରେ ପଟାସିୟମ୍‌ ଓ କ୍ୟାଲ୍‌ସିୟମ୍‌ର ମାତ୍ରା ଅଧିକ ଥିବାରୁ ଏହା ଅସ୍ଥିକୁ ଦୃଢ଼ ରଖିଥାଏ। ସବୁଠାରୁ ଖାସ୍‌ କଥା ହେଲା, ଏହାକୁ ପ୍ରତିଦିନ ଖାଇଲେ ଓଜନ କେତେକାଂଶରେ ସନ୍ତୁଳିତ ରହିଥାଏ।