ଠିଆ ହୋଇ ଖାଉଥିଲେ ସାବଧାନ !

ଠିଆ ହୋଇ ଖାଦ୍ୟ ଖାଇବା ଏକ ଅଭ୍ୟାସରେ ପରିଣତ ହେଲାଣି । ଯେଭଳି ଠିଆ ହୋଇ ପାଣି ପିଇବା ଯେପରି ହାନିକାରକ, ସେହିଭଳି ଠିଆ ହୋଇ ମଧ୍ୟ ଖାଇବା ମଧ୍ୟ ପାଚନତନ୍ତ୍ର ପାଇଁ କ୍ଷତିକାରକ ହୋଇଥାଏ । ଯେତେବେଳେ ଆମେ ଠିଆ ହୋଇ ଖାଦ୍ୟ ଖାଇଥାଉ ଏହାର ପରିମାଣ ସ୍ୱରୁପ ଆମେ ଜାଣିପାରୁ ନ ଥାଉ ପେଟ ଭରିଛି କି ନାହିଁ । ଠିଆ ହୋଇ ଖାଇବା ଦ୍ୱାରା ସମୟ କମିଯାଇପାରେ, କିନ୍ତୁ ଏଥିପାଇଁ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି ।
ଅଧିକ ଭୋକ ଲାଗିଥାଏ: ଯେଉଁ ଲୋକମାନେ ଠିଆ ହୋଇ ଖାଦ୍ୟ ଖାଆନ୍ତି ସେମାନଙ୍କୁ ଅଧିକ ଭୋକ କରିଥାଏ । କାରଣ ଖାଦ୍ୟ ଶୀଘ୍ର ହଜମ ହୋଇ ଅଧିକ ଭୋକ କରିଥାଏ । ଆବଶ୍ୟକତାଠାରୁ ଅଧିକ ଖାଇବା ଯୋଗୁଁ ଏହା ଅନ୍ୟ ରୋଗଗୁଡିକ ଡାକି ଆଣେ ।
ପାଚନକୁ ପ୍ରଭାବିତ କରିଥାଏ:ଠିଆହୋଇ ଖାଦ୍ୟ ଖାଇବା ଦ୍ୱାରା ଜଣେ ଖାଦ୍ୟକୁ କମ୍ ଚୋବାଇ ଥାନ୍ତି । ଖାଦ୍ୟ ଶୀଘ୍ର ପାଚନତନ୍ତ୍ରକୁ ଆସିବା ଦ୍ୱାରା ଏଥିରୁ ପୋଷକତତ୍ତ୍ୱ ମଧ୍ୟ ଠିକ୍ ଭାବେ ଅବଶୋଷିତ ହୋଇପାରେ ନାହିଁ । ଏଥିଯୋଗୁଁ ଗ୍ୟାସ୍ ଓ ଏସିଡିଟି ସମସ୍ୟା ଦେଖାଯାଇଥାଏ ।
ମେଦବୃଦ୍ଧି: ଯେତେବେଳେ ଆମେ ଭୂମି ଉପରେ ବସି ଖାଦ୍ୟଗ୍ରହଣ କରୁ, ସେତେବେଳେ ଜଣେ କେବଳ ଖାଦ୍ୟ ଉପରେ ମନୋନିବେଶ କରିଥାଏ । ଠିଆ ହୋଇ ଖାଇବାବେଳେ ଜଣେ ଏତେତେଣେ ବୁଲୁଥାଏ, ଖାଦ୍ୟରେ ମନ ନଥାଏ । ଫଳରେ ଜଣେ ଆବଶ୍ୟକତାଠାରୁ ଅଧିକ ଖାଇଥାଏ । ଏଥିଯୋଗୁଁ ଜଣେ ମେଦବୃଦ୍ଧିରେ ଆକ୍ରାନ୍ତ ହୋଇପାରନ୍ତି ।