ନୁ୍ୟଜ ୧୮ର ରାଇଜିଙ୍ଗ ଓଡିଶା କନକ୍ଲେଭ : ମହିଳା ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ପ୍ରମୁଖ ଭୂମିକା ନେଇଛି
ଭୁବନେଶ୍ୱର : ଗଣମାଧ୍ୟମ ନୁ୍ୟଜ ୧୮ର "ରାଇଜିଙ୍ଗ ଓଡିଶା' କନକ୍ଲେଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ, ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସବୁଠାରୁ ଉକôୃଷ୍ଟ ଏବଂ ସୁଭଦ୍ରା ଭଳି ଯୋଜନାର ସଫଳ ରୂପାୟନ ହିଁ ଆମ ପ୍ରତିବଦ୍ଧତାର ପରିଚୟ ବୋଲି କହିଥିଲେ । ୧୭ ଲକ୍ଷ ଲକ୍ଷପତି ଦିଦି, ସମୃଦ୍ଧ କୃଷକ ଯୋଜନାରେ ଧାନ କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା, ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରି , ୧୪ ମାସରେ ୧୪ ଟି ଜନଶୁଣାଣୀ କରି ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଭିଯୋଗର ସମାଧାନ କରିବା, ଜାତୀୟ ଶିକ୍ଷା ନୀତି ଲାଗୁ କରିବା, ପ୍ରି-ସ୍କୁଲ ପିଲାଙ୍କ ପାଇଁ ଶିଶୁବାଟିକା, ପିଏମଶ୍ରୀ ଓ ପିଏମ ଉଷା ଯୋଜନା କାର୍ଯ୍ୟକାରୀ କରିବା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ବଳରେ ପ୍ରାଥମିକ ଶିକ୍ଷାର ସ୍ତରକୁ ଆହୁରି ମଜଭୁତ କରିବା ଭଳି କାର୍ଯ୍ୟ କରି ଆମ ସରକାର ଗୋଟିଏ ବର୍ଷରେ ଜନତାଙ୍କର ଅତି ନିକଟତର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ । ଶିଳ୍ପାୟନରେ ଉକôର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ, ଓଡିଶା ଟେକ୍ସ ଟାଇଲ କନକ୍ଲେଭ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ବର୍ତ୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ସରକାରୀ ନିଯୁକ୍ତି ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୮୫ ହଜାର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ଓ ଆହୁରି ଅନେକ ସଫଳ କାର୍ଯ୍ୟକ୍ରମ ଆମେ ଏହି ୧୪ ମାସରେ ହାସଲ କରିଛୁ । ଏହାସହିତ ଭବିଷ୍ୟତରେ ବିକାଶର ଚରମ ସୀମାରେ ପହଞ୍ଚିବା ପାଇଁ ଏବେଠୁ ଆମେ ରଣନୀତି ପ୍ରସ୍ତୁତ କରୁଛୁ । ବର୍ତ୍ତମାନର ଉକôର୍ଷ ଓ ବର୍ତ୍ତମାନର ସାମଗ୍ରିକ ସଫଳତା ଉପରେ ଆମର ଅଧିକ ଫୋକସ ରହିବ ଆବଶ୍ୟକ, ଏହାହିଁ 'ସମୃଦ୍ଧ ଓଡିଶା' ଲକ୍ଷ୍ୟ ଦିଗରେ ଆମକୁ ଅଗ୍ରସର କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।