୨୨ ପାହାଚରେ ବସିଥିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶପଥ ନେବା ପରେ ପ୍ରଥମ ଥର ହିଁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିଂହଦ୍ୱାର ସାମ୍ନାରେ ଦଣ୍ଡବତ ହେବା ସହ ଭିତରକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ୨୨ ପାହାଚରେ ବସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ଶ୍ରୀମନ୍ଦିର ପରିକ୍ରମା କରିଛନ୍ତି । ତାଙ୍କ ସହ ମନ୍ତ୍ରିପରିଷଦ, ସାଂସଦ ଓ ବିଧାୟକ ରହିଥିଲେ ।ଭକ୍ତଙ୍କ ଭାବାବେଗ ଓ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟରେ ଚାରି ଦ୍ୱାର ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା । ଏବଂ ସେହି ନିଷ୍ପତି ଅନୁଯାୟୀ ଚାରି ଦ୍ୱାର ଖୋଲାଗଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ଶପଥ ନେବା ପରେ ସଂଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା ଆଉ ବୈଠକରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା ଆଉ ଏହି ପରିପ୍ରେକ୍ଷୀରେ ଗତକାଲି ହିଁ ନିଜ ମନ୍ତ୍ରିମଣ୍ଡଳ ସହ ପୁରୀ ବାହାରି ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଆଜି ଭୋରୁ ମଙ୍ଗଳ ଆଳତୀ ସମୟରେ ହିଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି ।