ଓଡ଼ିଶା ଝାଡ଼ଖଣ୍ଡ ଅବକାରୀ ଓ ପୋଲିସର ମିଳିତ ଚଢ଼ଉ : ବିପୁଳ ପରିମାଣର ପୋଚ ଓ ମଦ ଜବତ 

ଓଡ଼ିଶା ଝାଡ଼ଖଣ୍ଡ ଅବକାରୀ ଓ ପୋଲିସର ମିଳିତ ଚଢ଼ଉ : ବିପୁଳ ପରିମାଣର ପୋଚ ଓ ମଦ ଜବତ 


 ଆଗାମୀ ଝାରଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଚମ୍ପୁଆ ଓ ଝାଡ଼ଖଣ୍ଡ ଅବକାରୀ ଓ ପୋଲିସ ବିଭାଗ ସୀମାନ୍ତ ଚମ୍ପୁଆ ଉପଖଣ୍ଡ ଓ ଝାରଖଣ୍ଡର ବିଭିନ୍ନ ଗ୍ରାମରେ ଚଢଉ କରି ବିପୁଳ ପରିମାଣର ପୋଚ ଓ ମଦ ଜବତ କରିଥିବା ଜଣାପଡିଛି । ଚମ୍ପୁଆ ଉପଖଣ୍ଡ ସୀମାନ୍ତ ଗ୍ରାମ ନିମତୁର, ହାୟରପୁର, ଓ ଝାରଖଣ୍ଡର ତଟିବା ଆଦି ବିଭିନ୍ନ ଗ୍ରାମରେ ଚଢଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ରନ୍ଧା ମଦ ଜବତ ହୋଇଛି । ଚମ୍ପୁଆ ଅବକାରୀ ଇନିସପେକ୍ଟର ଏସ ଜଗାରାଓଙ୍କ ସୂଚନା ଅନୁସାରେ ଏହି ଚଢ଼ଉରେ ୪୫୦୦ କି.ଗ୍ରା. ପୋଚ ଓ ୬୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିବା ବେଳେ ଆଗକୁ ମଧ୍ୟ ନିର୍ବାଚନ ସରିବା ଯାଏ ଏହିପରି ଚଢ଼ଉ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।