ଲୋୟର ପିଏମ୍ଜିରେ ପୋଲିସ୍ର ଲାଠି ଚାର୍ଜ
ବିଧାନସଭା ବାହାରେ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ମଧ୍ୟକୁ ପ୍ରବେଶ ଉଦ୍ୟମ ଚଳାଇଛି କଂଗ୍ରେସ । କଂଗ୍ରେସ ପ୍ରଦର୍ଶନକାରୀ ପ୍ରଥମ ବ୍ୟାରିକେଡ୍ ଭାଙ୍ଗିଦେଇଥିବା ସୂଚନା । ଏହା ପରେ କଂଗ୍ରେସ କର୍ମୀଙ୍କ ଉପରକୁ ପୋଲିସ୍ର ଲାଠିଚାର୍ଜ କରାଯିବା ସହ ପାଣିମାଡ କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ୍ । ଲୋୟର ପିଏମ୍ଜିରେ ଆନ୍ଦୋଳନକାରୀଙ୍କୁ ଦମନ କରୁଛି ପୋଲିସ୍ । ଏକପ୍ରକାରର ରଣକ୍ଷେତ୍ର ପାଲଟିଛି ଲୋୟର ପିଏମ୍ଜି । ଅପ୍ରୀତିକର ପରିସ୍ଥିତି ଉପୁଜିଛି ପୋଲିସ୍ ଏବଂ କଂଗ୍ରେସ ଆନ୍ଦୋନଳକାରୀଙ୍କ ମଧ୍ୟରେ । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ନାରାବାଜୀ କରି କଂଗ୍ରେସ ନିଜର ପ୍ରତିବାଦ ଜାରି ରଖିଛି । ରାମମନ୍ଦିର ପାଖରୁ କଂଗ୍ରେସକର୍ମୀ ପଦଯାତ୍ରା ଆରମ୍ଭ କରି ବର୍ତ୍ତମାନ ବିଧାନସଭା ବାହାରେ ପହଞ୍ଚିଛନ୍ତି । ବିଧାନସଭା ଘେରାଉ ନେଇ କଂଗ୍ରେସ ଡାକରା ଦେଇଥିବାବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ପ୍ରଶ୍ନକାଳ ଜାରି ରହିଛି ।