ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଅଘଟଣ : ଟଳିପଡ଼ିଲେ ପରୀକ୍ଷାର୍ଥୀ
ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଟଳିପଡ଼ିଲେ ପରୀକ୍ଷାର୍ଥୀ । ଦେବଗଡ଼ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକ ଜଣକ ରିଆମାଳ ଥାନା ବୁଡିଦୋ ଗାଁର ସାହେବ ଦେହୁରୀ । ନିୟମ ଅନୁସାରେ ହୋମଗାର୍ଡ ପଦ ପାଇଁ ଦୌଡ ପରୀକ୍ଷା କରାଯାଉଥିଲା । ଇଣ୍ଟରଭ୍ୟୁ ବେଳେ ଦୌଡ଼ ପରୀକ୍ଷା ପରେ ଅସୁସ୍ଥ ହୋଇପଡ଼ିଥିଲେ ସାହେବ । ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ଚିକିତ୍ସାରେ ଅବହେଳା ପାଇଁ ସାହେବର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।