ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବେ ବୋହୂ: କୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ : ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଯେଉଁ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ ଅନୁକମ୍ପା ଚାକିରି ପାଆନ୍ତି, ତାଙ୍କୁ ତାଙ୍କ ଶାଶୁଙ୍କୁ ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ପଡିପାରେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦିଓ CrPC ର ଧାରା ୧୨୫ ଅନୁଯାୟୀ ତାଙ୍କ ଶାଶୁ ଓ ଶ୍ୱଶୁରଙ୍କ ରକ୍ଷଣାବେକ୍ଷଣ ପାଇଁ ବୋହୂ ଦାୟୀ ନୁହଁନ୍ତି, ତେବେ ଏହାକୁ ନ୍ୟାୟ ପାଇଁ ବ୍ୟତିକ୍ରମ ଭାବରେ ପ୍ରୟୋଗ କରାଯାଇପାରେ।ଏହି ରାୟ ଦେବାବେଳେ ଜଷ୍ଟିସ ହରପ୍ରୀତ ସିଂ ବେଞ୍ଚ ଫ୍ୟାମିଲି କୋର୍ଟର ଆଦେଶକୁ ସମର୍ଥନ କରିଛନ୍ତି। ଯେଉଁଥିରେ ମହିଳାଙ୍କୁ ତାଙ୍କ ଶାଶୁଙ୍କୁ ପ୍ରତିମାସରେ ୧୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।